ଶପଥ ନେଇନାହାନ୍ତି ୩ ବିଜେପି ବିଧାୟକ: ଦୁଇ ଦିନ ଧରି ଚାଲିଥିବା ଶପଥ ଗ୍ରହଣ ଉତ୍ସବରେ ଶପଥ ନେଇସାରିଲେଣି ମୋଟ ୧୪୧ ସଦସ୍ୟ Kanak News

କନକ ବ୍ୟୁରୋ: ଓଡ଼ିଶା ବିଧାନସଭାକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କର ଶପଥ ପାଠ ସମାରୋହ ଶେଷ ହୋଇଛି। କେବଳ ବିଜେପିର ୩ ଜଣ ବିଧାୟକମାନଙ୍କୁ ଛାଡ଼ି ବିଧାନସଭାରେ ଦୁଇ ଦିନ ଧରି ଚାଲିଥିବା ଏହି ଶପଥ ଗ୍ରହଣ ଉତ୍ସବରେ ମୋଟ ୧୪୧ ଜଣ ସଦସ୍ୟ ଶପଥ ନେଇଛନ୍ତି। ଆଜି ଷୋଡ଼ଶ ବିଧାସନଭା ପାଇଁ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଗତକାଲି ବିଜେଡି, କଂଗ୍ରେସ ଓ ବିଜେପିର ମୋଟ ୩୫ ଜଣ ବିଧାୟକ ଶପଥ ନେଇଥିଲେ।
ଶୁକ୍ରବାର ଶପଥ ନେଇଥିବା ସଦସ୍ୟଙ୍କ ଭିତରେ ମନ୍ତ୍ରୀ ତୁଷାର କାନ୍ତି ବେହେରା, ବିଜେପି ବିଧାୟକ ପ୍ରଦୀପ୍ତ କୁମାର ନାଏକ, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପୂର୍ବତନ ବାଚସ୍ପତି ତଥା ବିଜେଡି ବିଧାୟକ ପ୍ରଦୀପ କୁମାର ଅମାତ, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ନୃସିଂହ ଚରଣ ସାହୁ, ବିଜେଡି ବିଧାୟିକା ଉଷା ଦେବୀ, ବିଧାୟକ ପ୍ରଦୀପ ମହାରଥୀ, ବିଧାୟକ ଅତନୁ ସବ୍ୟାସାଚୀ ନାୟକ, ବିଧାୟକ ରୋହିତ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ, ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ବିଷ୍ଣୁ ଦାସ ଓ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅନ୍ୟତମ।
ଶପଥ ନେଇନଥିବା ୩ ଜଣ ବିଜେପି ବିଧାୟକ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ। ବିଦ୍ଧିବ୍ୟବସ୍ଥା ଅନୁଯାୟୀ କୌଣସି ନିର୍ବାଚିତ ସଦସ୍ୟ ଗୃହରେ ଶପଥ ନନେଇ ଗୃହ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ। ଏହାର ଉଲଂଘନ କଲେ ସମ୍ବିଧାନର ଧାରା ୧୯୩ ଅନୁଯାୟୀ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବେ। ଆଜି ବାଚସ୍ପତି ଚୟନ ଥିବାରୁ ଏହି ୩ ଜଣ ବିଧାୟକ ଶପଥ ନେବା ସମ୍ଭାବନା ନାହିଁ। ତେବେ ପରବର୍ତ୍ତୀ ଅବସ୍ଥାରେ ବାଚସ୍ପତିଙ୍କ ନିକଟରେ ଶପଥ ନେବାର ବିଧାନ ରହିଛି।
from Kanak News http://bit.ly/2I9JUA7 http://bit.ly/2Whj2I5
No comments: