ପଦଯାତ୍ରୀ ସାବଧାନ ! ପାଦେ ପାଦେ ରହିଛି ଦୁର୍ଘଟଣାର ବିପଦ, ଚଳିତବର୍ଷ ୪,୨୭୦ଜଣଙ୍କ ସଡକ ଦୁର୍ଘଟଣାରେ ହୋଇଛି ମୃତ୍ୟୁ । Kanak News

ପଦଯାତ୍ରୀ ସାବଧାନ ! ସଡକ ଦୁର୍ଘଟଣା ସାଜିଛି ମୃତ୍ୟୁର ଦୂତ । ଆପଣ ଚାଲି ଚାଲି ଯାଉଛନ୍ତି କି? ତେବେ ସାବଧାନ, କାହିଁକି ନା ପାଦେ ପାଦେ ରହିଛି ବିପଦ । ଓଡିଶାରେ ବଢୁଛି ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା । ଆଉ ସରକାରଙ୍କ ହିସାବ କହୁଛି, ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କର ଦୁର୍ଘଟଣାରେ ଅଧିକ ମୃତ୍ୟୁ ହେଉଛି । ଚଳିତ ବର୍ଷ ଅର୍ଥାତ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ୪ ହଜାର ୨୭୦ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗତବର୍ଷ ସଡକ ଦୁର୍ଘଟଣାର ମୃତ୍ୟୁହାର ଥିଲା ୭.୩୩ । କିନ୍ତୁ ଚଳିତ ବର୍ଷ ମୃତ୍ୟୁହାର ରହିଛି ୮.୪୩ । ସଡକ ଦୁର୍ଘଟଣାରେ ଯୁବକମାନଙ୍କର ସର୍ବାଧିକ ମୃତ୍ୟୁ ହୋଇଛି । ୨୦ ବର୍ଷରୁ ୪୦ ବର୍ଷ ମଧ୍ୟରେ ମୃତ୍ୟୁ ସଂଖ୍ୟା ଅଧିକ ।

from Kanak News http://bit.ly/2Sq9moO http://bit.ly/2AmLDif
No comments: