ନାବାଳିକାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ନେଲା ପ୍ରେମିକ, ହେଲେ ବନ୍ଦଘରେ ରଖି ଭାଇମାନଙ୍କ ସହ ମିଶି ୭ମାସ କଲା ଦୁଷ୍କର୍ମ

ଲୁଧିଆନା ୨୮/୧୨- ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ଘଟଣା ପୁରୁଣା ହୋଇପାରେ, ହେଲେ ଆମେ ଯେଉଁ ଘଟଣା କହିବାକୁ ଯାଉଛୁ ଟିକେ ଭିନ୍ନ । ଆଜି ଯାହା କହିବାକୁ ଯାଉଛୁ, ଏଭଳି ଘଟଣା କେବେ ଆପଣ ଶୁଣି ନ ଥିବେ । ଜଣେ ପ୍ରେମିକ ଗୋଟିଏ ନାବାଳିକା  ଝିଅକୁ ନିଜ ପ୍ରେମରେ ଫସାଇ ବିବାହ କରିବାକୁ ପ୍ରତିଶୃତିଦେଇ ଉଠାଇନେବା ପରେ ନିଜ ଭାଇଙ୍କ ସହମିଶି କରିଛି ଗଣଦୁଷ୍କର୍ମ ।

ଏହି ଘଟଣା ଘଟିଛି ପଞ୍ଜାବର ହୈବୋବାଲ ଥାନା ଅଂଚଳରେ । ନାବାଳିକା ଜଣକ ନିଜ ବଡ଼ ଭଉଣି ସହ ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ । ସେହି ସଂପର୍କୀୟଙ୍କ  ଘରଠାରୁ ମାତ୍ର ଅଳ୍ପଦୂରରେ ରହୁଥିବା ଜଣେ ଯୁବକ ସହ ତାଙ୍କର ଗଢ଼ିଉଠିଥିଲା ପ୍ରେମ ସଂପର୍କ ।

ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ନାବାଳିକା ପ୍ରେମିକା ସହ ବାରମ୍ବାର ରଖୁଥିଲେ ଶାରୀରିକ ସଂପର୍କ । କିନ୍ତୁ ଏତିକିରେ ପ୍ରେମିକଙ୍କ ମନ ବୁଝିଲା ନାହିଁ ।

ନାବାଳିକାକୁ ବିବାହ କରିବାକୁ ପ୍ରତିଶୃତି ଦେଇ ଘରୁ ଉଠାଇ ନେଇଥିଲେ ଯୁବକ । ବିବାହ କରିବା ପରିବର୍ତ୍ତେ ନାବାଳିକାକୁ ୭ମାସ ଗୋଟିଏ ଘରେ ବନ୍ଦୀ କରି ରଖିଥିଲେ ଯୁବକ । ସେ ନିଜର ଆଉ ୨ ଭାଇଙ୍କ ସହ ମିଶି ୭ମାସ ଧରି ବାରମ୍ବାର ଦୁଷ୍କର୍ମ କରୁଥିବାର ଅଭିଯୋଗ ଆସିଛି ।

ନାବାଳିକା ଏହି ରାକ୍ଷସମାନଙ୍କ ଠାରୁ ଖସିବାକୁ କୌଣସି ବାଟ ପାଉ ନ ଥିଲେ । ଦିନେ ମୋବାଇଲଟିଏ ହାତରେ ପଡ଼ିବାପରେ ଜଣେ ସାଙ୍ଗକୁ ଫୋନ କରି ଏ ବାବଦରେ ଜଣାଇଥିଲା ନାବାଳିକା । ତା ପରେ ପରିବାର ଲୋକ ସେହି ଜାଗାରୁ ଉଦ୍ଧାର କରିବା ପରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।



from News7 http://bit.ly/2VdeiPz
ନାବାଳିକାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ନେଲା ପ୍ରେମିକ, ହେଲେ ବନ୍ଦଘରେ ରଖି ଭାଇମାନଙ୍କ ସହ ମିଶି ୭ମାସ କଲା ଦୁଷ୍କର୍ମ ନାବାଳିକାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ନେଲା ପ୍ରେମିକ, ହେଲେ ବନ୍ଦଘରେ ରଖି ଭାଇମାନଙ୍କ ସହ ମିଶି ୭ମାସ କଲା ଦୁଷ୍କର୍ମ Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.