୨୦୧୯ ପାଇଁ ଛତିଶଗଡ଼ ଫର୍ମୁଲା ଆପଣେଇବ ଓଡିଶା କଂଗ୍ରେସ ! ଜାନୁଆରୀ ୯ରୁ ଆରମ୍ଭ ହେବ ପ୍ରଚାର ଅଭିଯାନ, ଜୋନକୁ ଦିଆଯିବ ଗୁରୁତ୍ୱ । Kanak News

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସର ବଡ଼ ଯୋଜନା । ଠିକ୍ ଛତିଶଗଡ଼ର ବିଜୟ ଫର୍ମୁଲାକୁ ଆପଣାଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୯ ତାରିଖରୁ ଦଳ ହାଇପ୍ରୋଫାଇଲ୍ କ୍ୟାମ୍ପେନ୍ ଆରମ୍ଭ କରୁଥିବା ବେଳେ ବୁଥ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ଅଂଟା ଭିଡିଛି । ସେହିପରି ଚାଷୀଙ୍କ ପାଇଁ ଋଣଛାଡ଼ ଏବଂ ସାଧାରଣ ଜନତାଙ୍କ ହିତରେ କଂଗ୍ରେସ ନେଉଥିବା ପଦକ୍ଷେପ ସଂପର୍କରେ ଲୋକଙ୍କୁ ଅବଗତ କରିବାକୁ ଦଳର ପ୍ରତିଷ୍ଠା ଦିବସରେ ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି ।
ଜାନୁୟାରୀ ୯ରୁ ପ୍ରଚାର ଆରମ୍ଭ କରିବ କଂଗ୍ରେସ । ଛତିଶଗଡ଼ ବିଜୟ ଫର୍ମୁଲାକୁ ଆପଣାଇବ ଦଳ । ଦଳର ୧୩୪ତମ ପ୍ରତିଷ୍ଠା ଦିବସରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏକ ବ୍ୟାପକ ଖସଡା ପ୍ରସ୍ତୁତ କରିଛି କଂଗ୍ରେସ । ତୃଣମୁଳ ସ୍ତରରେ ଦଳକୁ ମଜବୁତ କରିବାକୁ ଆହ୍ୱାନ ଦେବା ସହ ଛତିଶଗଡ଼ର ବିଜୟ ଫର୍ମୁଲାକୁ ନେଇ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଇଛି ଦଳ । ଆଉ ଏଥିପାଇଁ ଆସନ୍ତା ମାସରୁ ଆରମ୍ଭ ହୋଇଯିବ କଂଗ୍ରେସର ହାଇପ୍ରୋଫାଇଲ କ୍ୟାମ୍ପେନ୍ ।

from Kanak News http://bit.ly/2rWGjO7 http://bit.ly/2LFVvrG
No comments: