ସାବଧାନ ଗାଡିଚାଳକ ! କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଏଣିକି ଗାଡିରେ କର୍କଶ ଶବ୍ଦଯୁକ୍ତ ହର୍ଣ୍ଣ ଲଗାଇଲେ ଦଣ୍ଡିତ ହେବେ । Kanak News

ଆଜିକାଲି ଅଧିକାଂଶ ଯୁବପିଢି ନିଜର ବାଇକ ସାଇଲେନ୍ସର ବଦଳାଇ ଏକ ଅଧିକ ଶବ୍ଦ କରୁଥିବା ସାଇଲେନ୍ସର ଲଗାଉଛନ୍ତି । କିନ୍ତୁ ଏଣିକି ଏହା କରିବା ଆଉ ସମ୍ଭବ ହେବ ନାହିଁ । କେନ୍ଦ୍ର ସରକାର ଏଥିଲାଗି ବାରଣ କରିଛନ୍ତି । ସଡ଼କଗୁଡ଼ିକରେ ଶବ୍ଦ ପ୍ରଦୂଷଣ କମାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ମଲ୍ଟି ଟୋନଡ୍ ହର୍ଣ୍ଣ କିମ୍ବା ଅନାବଶ୍ୟକ ଭାବେ କର୍କଶ, କାନଫଟା, ତୀବ୍ର ଓ ଚେତାବନୀ ଯୁକ୍ତ ଧ୍ୱନି ସୃଷ୍ଟି କରୁଥିବା ଉପକରଣ ଓ ଅନ୍ୟ ଧ୍ୱନି ସୃଷ୍ଟିକାରୀ ଉପକରଣ ଲଗାଇବା ଉପରେ ମଧ୍ୟ ଅଧିନିୟମରେ ବାରଣ କରାଯାଇଛି । ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଯାନବାହନ ଆଦିକୁ ଏଥିରୁ ମୁକ୍ତ ରଖାଯାଇଛି । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଅନଧିକୃତ ଭାବରେ ଯାନବାହନରେ ମଲ୍ଟିଟୋନ୍ ଲଗାଇବା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଛନ୍ତି ।
from Kanak News http://bit.ly/2LFpoZb http://bit.ly/2rX3jMP
No comments: