ଦିଲ୍ଲୀ; ସେଲ୍ଟର ହୋମରେ ନାବାଳିକାକୁ ଅକଥନୀୟ ଅତ୍ୟାଚାର, କଥା ନ ମାନିଲେ ଗୋପନଅଙ୍ଗରେ ଢ଼ାଳିଦେଉଥିଲେ ଲଙ୍କାଗୁଣ୍ଡ

ନୂଆଦିଲ୍ଲୀ ୨୯/୧୨- ବିହାର ମୁଜାଫରବାଦ ସେଲଟର ହୋମ ଘଟଣା ଲୋକମାନଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଘଟିଛି ଦିଲ୍ଲୀରେ ସେମିତି ଏକ ଘଟଣା  । ଦିଲ୍ଲୀର ଏକ ସେଲଟରହୋମରେ  ନାବାଳିକାଙ୍କୁ  ଯୌନନିର୍ଯ୍ୟାତନା ଦେବା ସହିତ ତାଙ୍କ ଗୋପନଅଙ୍ଗରେ ଢ଼ାଳିଦିଆଯାଇଛି ଲଙ୍କାଗୁଣ୍ଡ ବୋଲି ଅଭିଯୋଗ ଆସିଛି ।

ଏହି ଘଟଣା ଦିଲ୍ଲୀ ମହିଳା ଅଧ୍ୟକ୍ଷଙ୍କ ହସ୍ତଗତହେବା ପରେ ଏହି ଘଟଣାର ହୋଇଛି ଅଧିକ ଖୋଳତାଡ଼ । ମହିଳା କମିଶନ ଅଧ୍ୟକ୍ଷା ସ୍ଵାତୀ ମାଲୋବାଲ ସେଲଟର ହୋମ ବିରୋଧରେ ଆଣିଛନ୍ତି ଅଭିଯୋଗ । ଏହି ସେଲଟର ହୋମରେ ଥିବା ୬ରୁ ୧୫ ବର୍ଷ ବୟସ୍କ ନାବାଳିକାଙ୍କୁ ବାସନ ମାଜିବା,ଘର ସଫାକରିବା , ପାଇଖାନା ସଫାକରିବା ଭଳି ବିଭିନ୍ନ କାମରେ ନିୟୋଜିତ କରାଯାଉଥିଲା । ଯଦି କେହି କୌଣସି କାମରେ ଅବହେଳା କରୁଥିଲେ ସେମାନଙ୍କ ଯୌନାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କରାଯାଉଥିଲା । ଏହା ସହିତ  ସେମାନଙ୍କୁ ଶାରୀରିକ ତଥା ମାନସିକ ଯନ୍ତ୍ରଣା ମଧ୍ୟ ଦିଆଯାଉଥିବା ଅଭିଯୋଗ ଆସିଛି ।

ଏହି ସଲଟର ହୋମରେ ଜଣେମାତ୍ର ରୋଷେଇଆ ଥିବାବେଳେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା କଥା ମଧ୍ୟ ପଦାକୁ ଆସିଛି । କେବଳସେତିକି ନୁହେଁ ସେମାନଙ୍କୁ ବିଭିନ୍ନ ଯୌନ ନିର୍ଯ୍ୟାତନା ଦିଆଯିବା କଥା ମହିଳା କମିଶନ ଅଧ୍ୟକ୍ଷା ଥାନାରେ ଅଭିଯୋଗ କରିଛନ୍ତି ।



from News7 http://bit.ly/2Smf5fj
ଦିଲ୍ଲୀ; ସେଲ୍ଟର ହୋମରେ ନାବାଳିକାକୁ ଅକଥନୀୟ ଅତ୍ୟାଚାର, କଥା ନ ମାନିଲେ ଗୋପନଅଙ୍ଗରେ ଢ଼ାଳିଦେଉଥିଲେ ଲଙ୍କାଗୁଣ୍ଡ ଦିଲ୍ଲୀ; ସେଲ୍ଟର ହୋମରେ ନାବାଳିକାକୁ ଅକଥନୀୟ ଅତ୍ୟାଚାର, କଥା ନ ମାନିଲେ ଗୋପନଅଙ୍ଗରେ ଢ଼ାଳିଦେଉଥିଲେ ଲଙ୍କାଗୁଣ୍ଡ Reviewed by SUBHENDU BARAL on December 29, 2018 Rating: 5

No comments:

Powered by Blogger.