ଧାମନଗର ୨୯|୧୨: ବିଜେପିର ଜନ ପରାମର୍ଶ ପଦଯାତ୍ରାରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକ ଜିଲ୍ଲା ଧାମନଗର ଗୋବିନ୍ଦପୁରରେ ଚାଲିଥିବା ପଦଯାତ୍ରାରେ ଯୋଗ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କୋରୁଆ ସ୍କୁଲ ପଡିଆରୁ ଜନପରାମର୍ଶ ପଦଯାତ୍ରାରେ ବାହାରି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଗୋବିନ୍ଦପୁର ଖେଳ ପଡିଆରେ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସମାଲୋଚନା କରିଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ଯୋଜନାର ହିସାବ ମାଗିଥିଲେ । ପିପିଲି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା ଓ ପୁରୀରେ ଜଗନ୍ନାଥ ଉପାସ ରହିବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଧର୍ମେନ୍ଦ୍ର । ଏହା ପରେ ବାଲେଶ୍ବର ନୀଳଗିରିରେ ଆୟୋଜିତ ପଦଯାତ୍ରାରେ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି ।
from News7 http://bit.ly/2Aobqqe
ବିଜେପିର ଜନ ପରାମର୍ଶ ପଦଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Reviewed by SUBHENDU BARAL
on
December 29, 2018
Rating:
No comments: