ନୂଆଦିଲ୍ଲୀ ୩୦/୩: ଯଦି ଆପଣ ଟିଭି ଦେଖୁଛନ୍ତି ତେବେ ଆଗକୁ ଆପଣଙ୍କ ଟିଭି ଚ୍ୟାନେଲ୍ ବ୍ଲାକଆଉଟ୍ ହୋଇଯିବ। ଅପ୍ରେଲ୍ ୧ତାରିଖରୁ ଆପଣଙ୍କ ଟିଭି ଚ୍ୟାନେଲ୍ ବନ୍ଦ ହୋଇପାରେ। ଆପଣ ନିଜ ଟିଭିରେ ଏବେ କୈାଣସି ଚ୍ୟାନେଲ୍ ଦେଖିପାରିବେ ନାହିଁ। ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ନୂଆ କେବଲ୍ ଟିଭି ଏବଂ ଡିଟିଏଚ୍ ନିୟମ ଫେବୃୟାରୀ ୧ତାରିଖରୁ ଲାଗୁ ହୋଇଯାଇଛି। ଟ୍ରାଇ କେବଳ ଅପରେଟର,ଡିଟିଏଚ୍ ସର୍ଭିସ୍ ପ୍ରୋଭାଇଡର୍ସ ଏବଂ ସବସ୍କ୍ରାଇବରଙ୍କୁ ପ୍ରଥମେ ଜାନୁୟାରୀ ଯାଏଁ ନୂଆ ନିୟମ ହିସାବରେ ଚ୍ୟାନେଲ୍ ଚୟନ କରିବାକୁ ନିର୍ଦେଶ ଦେଇଥିଲେ। ନୂଆ ନିୟମ ଲାଗୁ ହୋଇଯିବା ପରେ କେତେକ ସବସ୍କ୍ରାଇବର ଚ୍ୟାନେଲ୍ ସିଲେକ୍ଟ କରିନଥିଲେ ଯାହା ପରେ ଫେବୃୟାରୀ ୧୨ତାରିଖରେ ଟ୍ରାଇ ନୂଆ ନିୟମ ଅନୁସାରେ ଚ୍ୟାନେଲକୁ ସବସ୍କ୍ରାଇପ୍ କରିବାର ଶେଷ ତାରିଖକୁ ମାର୍ଚ୍ଚ ୩୧କୁ ବୃଦ୍ଧି କରିଥିଲେ।
ଟ୍ରାଇ ଫେବୃୟାରୀ ୧୨ତାରିଖରେ ଜାରି କରିଥିବା ଆଦେଶରେ ଗ୍ରାହକଙ୍କୁ ବେଷ୍ଟ ଫିଟ୍ ପ୍ଲାନରେ ଟ୍ରାନ୍ସଫର୍ ହେବା ବିଷୟରେ କହିଥିଲେ ଯେଉଁମାନେ ଜାନୁୟାରୀ ୩୧ ତାରିଖ ଆଗରୁ କୈାଣସି ପ୍ଲାନ୍ ନେଇ ନଥିଲେ। ଯଦି ଆପଣ ଏବେ ଯାଏଁ କୈାଣସି ପ୍ଲାନ୍ ଚୟନ କରି ନାହାନ୍ତି ତେବେ ବେଷ୍ଟ ଫିଟ୍ ପ୍ଲାନକୁ ବାଛି ପାରିବେ। ଯଦି ଆପଣଙ୍କୁ ଚ୍ୟାନେଲ ବାଛିବାରେ କୈାଣସି ସମସ୍ୟା ହେଉଛି ତେବେ ଆପଣ ଟ୍ରାଇର ଚ୍ୟାନେଲ ସିଲେକ୍ଟର ଆପ୍ ବ୍ୟବହାର କରି ପାରିବେ।
ଏଥିରେ ଗ୍ରାହକଙ୍କୁ କେବଳ ସେହି ଚ୍ୟାନେଲ୍ ପାଇଁ ଅର୍ଥ ପ୍ରଦାନ କରିବାକୁ ପଡ଼ିଥାଏ ଯାହାକୁ ସେମାନେ ଦେଖିବାକୁ ଚାହିଁବେ। ଆପଣ ଯେଉଁ ପେଡ ଚ୍ୟାନେଲ୍ ଦେଖିବାକୁ ଚାହୁଁଛନ୍ତି ସେହି ଚ୍ୟାନେଲ୍ ସିଲେକ୍ଟ୍ କରି ପାରିବେ। ଚ୍ୟାନେଲ୍ ବାଛିବା ପାଇଁ ଆପଣଙ୍କୁ ୩ଟି ପ୍ରକାରର ବିକଳ୍ପ ମିଳିଥାଏ।
ପ୍ରଥମ ବିକଳ୍ପ ସର୍ଭିସ ପ୍ରୋଭାଇଡରଙ୍କ ହୋଇଥାଏ,ଯେଉଁଥିରେ ଆପଣ ସର୍ଭିସ ପ୍ରୋଭାଇଡର ସୂଚାଇ ଥିବା ପ୍ଲାନ୍ ମଧ୍ୟରୁ ଯେକୈାଣସି ଗୋଟିଏ ପ୍ଲାନ୍ ଚୟନ କରି ପାରିବେ।
ଦ୍ବିତୀୟ ବିକଳ୍ପରେ ଆପଣଙ୍କୁ ବ୍ରଡକାଷ୍ଟରଙ୍କ ଦ୍ବାରା ସ୍ଥିର କରାଯାଇଥିବା ଇଣ୍ଡିଭିଜୁଆଲ୍ ଚ୍ୟାନେଲ୍ ପ୍ୟାକ୍ ବଣ୍ଡଲ୍ ଚ୍ୟାନେଲ୍ ପ୍ୟାକ୍ ମଧ୍ୟରୁ ଚ୍ୟାନେଲ୍ ବାଛିବାକୁ ପଡ଼ିବ।
ତୃତୀୟ ବିକଳ୍ପ ଇ ଲା କାର୍ଟ ହୋଇଥାଏ ଏଥିରୁ ଆପଣ କ୍ୟାଟେଗୋରୀ ଅନୁସାରେ ଆପଣଙ୍କ ପ୍ରିୟ ଚ୍ୟାନେଲ୍ ବାଛିପାରିବେ।
from News7 https://ift.tt/2uwRXk2
No comments: