ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବର୍ଷା କ୍ଷୟକ୍ଷତି ନେଇ ସମୀକ୍ଷା Pradesh Pratyush

ଭୁବନେଶ୍ୱର : ବାତ୍ୟା ତିତ୍‌ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁପକ୍ଷୀ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗାଈ ପାଇଁ ୩୦ ହଜାର, ବଳଦ ପାଇଁ ୨୫ ହଜାର ଟଙ୍କା ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବା ନେଇ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର୍ ।

ଏହାଛଡ଼ା ଲୋକଙ୍କ ବାସନକୁସନ, ଲୁଗାପଟା ନଷ୍ଟ ପାଇଁ ୩୮ ଶହ ଟଙ୍କା ମିଳିବ । ସମତୁଲ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୯୮ ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୧୯ ଶହ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି ।

ତିତ୍‌ଲିରେ ସବୁଠୁ ଅଧିକ କ୍ଷତି ସହିଥିବା ଗଜପତି ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସୁଧାରିବାକୁ ନେଇ ସମୀକ୍ଷା ହୋଇଛି। ଅାସନ୍ତା ଦୁଇ ଦିନ ମଧ୍ୟରେ ଜିଲ୍ଲାରେ ବାକି ଥିବା ଅବଶିଷ୍ଟ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବ ବୋଲି ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର୍।



from OTV Khabar https://ift.tt/2q0C8Qh
ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବର୍ଷା କ୍ଷୟକ୍ଷତି ନେଇ ସମୀକ୍ଷା Pradesh Pratyush ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବର୍ଷା କ୍ଷୟକ୍ଷତି ନେଇ ସମୀକ୍ଷା Pradesh Pratyush Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.