ବାତ୍ୟା ‘ତିତ୍‌ଲି’ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ସୂଚନା ଦେଲେ ଯୁଗ୍ମ ରିଲିଫ କମିଶନର

ଭୁବନେଶ୍ବର ୨୧|୧୦: ତିତ୍‌ଲି କ୍ଷୟକ୍ଷତିର ପୁନଃଉଦ୍ଧାର ନେଇ ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାମାତ୍ର ସୂଚନା ଦେଇଛନ୍ତି । ଗୃହପାଳିତ ପଶୁ ପକ୍ଷୀ ମରିଥିଲେ ମିଳିବ କ୍ଷତିପୂରଣ । ଗାଈ, ମଈଁଷି ପାଇଁ ୩୦ ହଜାର ଓ ବଳଦ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିବ । ସେହିପରି ଛେଳି , ମେଣ୍ଢା ଓ ଘୁଷୁରୀ ପାଇଁ ୩ ହଜାର ଟଙ୍କା କ୍ଷତିପୂରଣ ମିଳିବ । ବାସନକୁସନ, ଲୁଗାପଟା ନଷ୍ଟ ହୋଇଥିଲେ ୩୮୦୦ ଟଙ୍କା ମିଳିବ । ସେହିପରି ୨୩ ସୁଦ୍ଧା ଗଜପତିର ଅବଶିଷ୍ଟ ଅଞ୍ଚଳରେ ବିଦ୍ୟୁତ୍ ସେବା ପହଞ୍ଚିବ ବୋଲି ଯୁଗ୍ମ ରିଲିଫ କମିଶନର କହିଛନ୍ତି ।ସମତଳ ଅଞ୍ଚଳରେ ଘର ନଷ୍ଟ ହୋଇଥିଲେ ୯୮ ହଜାର ଟଙ୍କା ଓ ପାହାଡ ଉପରେ ଘର ନଷ୍ଟ ହୋଇଥିଲେ ୧ ଲକ୍ଷ ୧୯୦୦ ଟଙ୍କା ମିଳିବ ।

ତେବେ ସରକାରୀ ରିପୋର୍ଟ ଅନୁସାରେ ବାତ୍ୟା ଓ ବନ୍ୟାରେ ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଛି । ୨.୭ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଂଜାମ ଜିଲ୍ଲାର ସର୍ବାଧିକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭ଶହ ୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ରାସ୍ତା ପୁନଃରୁଦ୍ଧାର କାମ ଶେଷ ହୋଇଛି । କେବଳ ଦାରିଂବାଡିରେ ଚାଲିଥିବା ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ।



from News7 https://ift.tt/2Jbwy6c
ବାତ୍ୟା ‘ତିତ୍‌ଲି’ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ସୂଚନା ଦେଲେ ଯୁଗ୍ମ ରିଲିଫ କମିଶନର ବାତ୍ୟା ‘ତିତ୍‌ଲି’ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ସୂଚନା ଦେଲେ ଯୁଗ୍ମ ରିଲିଫ କମିଶନର Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.