
ଗୁଆହାଟି: ଆସାମର ଗୁଆହାଟିରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି। ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଦିନିକିଆରେ ଡେବ୍ୟୁ କରୁଛନ୍ତି ଦିଲ୍ଲୀ ବ୍ୟାଟସମ୍ୟାନ ଋଷଭ ପନ୍ଥ।
ଏହି ସିରିଜରେ ଦିନିକିଆ ଦଳକୁ ଫେରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡ ସିରିଜ୍ ପରେ ଏସିଆ କପ୍ରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ବଦଳରେ ଏସିଆ କପ୍ରେ ନେତୃତ୍ୱ ନେଇଥିଲେ ରୋହିତ ଶର୍ମା।
ପୂର୍ବରୁ ଟେଷ୍ଟ ସିରିଜକୁ ୨-୦ କ୍ଲିନ୍ ସୁଇପ୍ କରିଥିବା ଭାରତ ଦିନିକିଆ ସିରିଜ୍ ଉପରେ ନଜର ରଖିଛି। ଅନ୍ୟପଟେ ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ହାରିବା ପରେ ୱାନ୍ଡେ ସିରିଜକୁ ଜିତିବାକୁ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍। ଶେଷ ଖବର ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୩୫ ଓଭର୍ରେ ୫ ଓ୍ୱିକେଟ୍ ହରାଇ ୨୧୯ ରନ୍ କରିଛି।
from OTV Khabar https://ift.tt/2q52AIE
ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ର ଜବରଦସ୍ତ ବ୍ୟାଟିଂ OTV KHABAR BUREAU
Reviewed by SUBHENDU BARAL
on
October 21, 2018
Rating:
No comments: