ଦଶହରା ବଳଦ ଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ Pradesh Pratyush

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନରେ ଗୋଷ୍ଠୀ ସଂଘର୍ଷ। ଦଶହରା ବଳଦ ଯାତ୍ରାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି ପୁଲିସ ଲାଠିମାଡ଼ କରିଛି । ଦଶହରା ପର ରାତିରେ ବଳଦ ଯାତ୍ରା ଚାଲିଥିବାବେଳେ, ସକାଳୁ ସକାଳୁ ବସଷ୍ଟାଣ୍ଡ ପାଖ ଅରାସାହି ଓ ହରିଜନ ସାହି ମଧ୍ୟରେ ବିବାଦ ଦେଖା ଦେଇଥିଲା।

ବିବାଦ ଉଗ୍ରରୂପ ନେବା ସହ ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ପୁଲିସ ଲାଠିଚାର୍ଜ କରିଥିଲା। ଠାକୁରଙ୍କ ପାଖରେ ପଣା ଲାଗିକୁ ନେଇ ବିବାଦର ସୂତ୍ରପାତ ହୋଇଥିବା କୁହାଯାଇଛି।

ସେପଟେ ଢେଲାପଥର ମାଡ଼ରେ କିଛି ଲୋକଙ୍କ ଘର ଓ ଜିନିଷପତ୍ର ଭାଙ୍ଗିରୁଜି ଯାଇଛି। ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଛି। ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।



from OTV Khabar https://ift.tt/2R78Pap
ଦଶହରା ବଳଦ ଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ Pradesh Pratyush ଦଶହରା ବଳଦ ଯାତ୍ରାକୁ ନେଇ ଗୋଷ୍ଠୀ ସଂଘର୍ଷ Pradesh Pratyush Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.