କଟକ ୨୫/୧୦: ଦୁଇ ବାଇକ ଚୋରକୁ କୋର୍ଟ ଚାଲାଣ କରିବା ସହିତ ସେମାନଙ୍କ ଠାରୁ ୬ଗୋଟି ମଟର ସାଇକେଲ ଜବତ କରିଛି କଟକ ଜିଲ୍ଲା ମାହାଙ୍ଗା ପୁଲିସ l ଆଜି ପ୍ରେସମିଟ୍ ଦ୍ଵାରା ସୂଚନା ଦେଲେ ସାଲେପୁର ଏସଡିପିଓ କେ ଜେନା। ମାହାଙ୍ଗା ଥାନା ଆଇଆଇସି ଯୁଗଳ କିଶୋର ଦାସଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ସାଲେପୁର ଅଞ୍ଚଳରୁ ୨ଜଣ ବାଇକ ଚୋରକୁ ଧରିବା ସହ ସେମାନଙ୍କ ଠାରୁ ୬ଟି ବାଇକ ଜବତ କରିଛି।ବାଇକ ଚୋର ହେଲେ ସାଲେପୁର ଅଞ୍ଚଳର ଚନ୍ଦନ ସାମଲ ଓରଫ୍ ଚନ୍ଦୁ ଅନ୍ୟ ଜଣେ ହେଲେ ସୁଶାନ୍ତ ସାମଲ ଓରଫ୍ ଜଗୁ। ସେମାନଙ୍କୁ ଆଜି ମାହାଙ୍ଗା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
from News7 https://ift.tt/2Pg1doL
ନିଶ୍ଚିନ୍ତକୋଇଲିରେ ଦୁଇ ବାଇକ୍ ଲୁଟେରା ଗିରଫ
Reviewed by SUBHENDU BARAL
on
October 25, 2018
Rating:
No comments: