ମାଲକାନଗିରିରେ ନକ୍ସଲଙ୍କ ଉପରେ ଅଂକୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି

ମାଲକାନଗିରି ୨୧|୧୦: ମାଲକାନଗିରିରେ ନକ୍ସଲଙ୍କ ଉପରେ ଅଂକୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି । ଚିତ୍ରକୋଣ୍ଡାର ଦୁର୍ଗମ ଘଂଚ ଜଂଗଲରେ ଅଭିଯାନର ଆବାହକ ଭାରତ ଭୂଷଣଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଯାଇଛି । ବିଚ୍ଛିନ୍ନାଞ୍ଚଳରେ ଆୟୋଜିତ ଏହି ରଣନୀତି ବୈଠକରେ ଅଭିଯାନର ଜିଲ୍ଲାସ୍ତରୀୟ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ରଣନୀତି ଅନୁଯାୟୀ ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ବିନା ହତିଆର ଓ ଅହିଂସା ଉପାୟରେ ନକ୍ସଲଙ୍କ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି । ମାଓବାଦୀଙ୍କ ବିରୋଧରେ ଗଠିତ ଆଣ୍ଟି ନକ୍ସଲ ପିପୁଲସ୍ ପିସ୍ ଫୋର୍ସ ଏବଂ ମହିଳା ମୋର୍ଚ୍ଚା ସଂଗଠନକୁ ଜିଲ୍ଲା ଓ ରାଜ୍ୟସ୍ତରରେ ମଜବୁତ କରିବା ପାଇଁ ଆଲୋଚନା କରାଯାଇଛି । ମାଓବାଦୀ ସଂଗଠନରେ  କାର୍ଯ୍ୟ କରୁଥିବା ମହିଳାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ସହ ସ୍ଥାନୀୟ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ପାଇଁ ନକ୍ସଲ ବିରୋଧୀ ରଣନୀତି ପ୍ରସ୍ତୁତ କରାଯାଇଛି ।



from News7 https://ift.tt/2EJQ7nY
ମାଲକାନଗିରିରେ ନକ୍ସଲଙ୍କ ଉପରେ ଅଂକୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି ମାଲକାନଗିରିରେ ନକ୍ସଲଙ୍କ ଉପରେ ଅଂକୁଶ ଲଗାଇବାକୁ ନିଷ୍ପତ୍ତି ନେଇଛି ସଂପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନର ମାଲକାନଗିରି ଜିଲ୍ଲା କମିଟି Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.