ଆଜି ଦିଲ୍ଲୀରେ ନୀତି ଆୟୋଗର ବୈଠକ Pradesh Pratyush

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଅଧ୍ୟକ୍ଷତା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଏହି ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିପାରନ୍ତି ନବୀନ।

ଚଳିତ ବର୍ଷ ଦେଶରେ ୨୫ ପ୍ରତିଶତ କମ୍ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ ଏହାର ପ୍ରଭାବରେ ଦେଶରେ ୫୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକୁ ରିଲିଫ ଓ ସହାୟତା କିଭଳି ପ୍ରଦାନ କରାଯାଇପାରିବ, ସେନେଇ ରାଜ୍ୟ ମୁଖ୍ୟମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

ଓଡ଼ିଶାର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ କିଛି ତଥ୍ୟ ଉପସ୍ଥାପନ କରିବେ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ ବୈଠକର ଏଜେଣ୍ଡାରେ ସାମିଲ ଥିବା ଆକାଂକ୍ଷୀ ଜିଲ୍ଲାର ସ୍ଥିତି ସମ୍ପର୍କରେ ମଧ୍ୟ ମୋଦି ଆଲୋଚନା କରିବେ। ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକରେ ମାଓ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ।



from OTV Khabar. http://bit.ly/2KRfRQH
ଆଜି ଦିଲ୍ଲୀରେ ନୀତି ଆୟୋଗର ବୈଠକ Pradesh Pratyush ଆଜି ଦିଲ୍ଲୀରେ ନୀତି ଆୟୋଗର ବୈଠକ Pradesh Pratyush Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.