ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ; ଗାଁରେ ବୁଲୁଛନ୍ତି ୨୨ ଟିକିଏ ହାତୀପଲ

ଅନୁଗୋଳ ୨୧/୧୦ : ଅନୁଗୁଳରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି | ମୃତକ ହେଲେ ଲିଙ୍ଗରାକଟା ଗାଁର ବିକ୍ରମ ରାଉତ | ପାଖ ବିଲକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି | ଏବେବି ବିଲର ପଡି ରହିଛି ମୃତଦେହ | କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି | ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀ ପଲ | ଏବେବି ଗାଁ ପାଖରେ ବୁଲୁଛନ୍ତି ୨୨ ଟିକିଆ ହାତୀ ପଲ | ଆଖପାଖ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି | ହାତୀଙ୍କୁ ଜଗି ରହିଛନ୍ତି ବନବିଭାଗ | ଢେଙ୍କାନାଳ ଜିଲାରୁ ବ୍ରାହ୍ମଣୀ ନଦୀ ପାର ହୋଇ ହାତୀପଲ ଆସିଥିବା ଆଶଙ୍କା କରାଯାଉଛି | ହାତୀମାନଙ୍କୁ ଘଉଡାଇବାକୁ ଗ୍ରାମବାସୀଙ୍କ ଦାବି କରିଛନ୍ତି |



from News7 https://ift.tt/2ExpAKs
ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ; ଗାଁରେ ବୁଲୁଛନ୍ତି ୨୨ ଟିକିଏ ହାତୀପଲ ଅନୁଗୁଳରେ ହାତୀ ଆକ୍ରମଣରେ ଜଣେ ମୃତ; ଗାଁରେ ବୁଲୁଛନ୍ତି ୨୨ ଟିକିଏ ହାତୀପଲ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.