
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚିକିଲି ମେହେର ସାହି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ତାଙ୍କା ନାଁ ଜୟରାମ ସାନ୍ତା (୨୦)। ତାଙ୍କ ଘର ଧୁମାମ ଗାଁରେ। ଆଉ ଜଣଙ୍କ ପରିଚୟ ମିଳି ପାରି ନାହିଁ।
ଆହତମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ ନବରଙ୍ଗପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଧୁମାମ ଗାଁର ତିନି ଜଣ ଯୁବକ ଗୋଟିଏ ବାଇକ୍ରେ ଝରିଗାଁ ସଦର ମହକୁମା ଠାରେ ଅନୁଷ୍ଠିତ ରାବଣ ପୋଡ଼ି ଉତ୍ସବ ଦେଖିବାକୁ ଯାଉଥିଲେ। ମେହେର ସାହି ନିକଟରେ ଝରିଗାଁରୁ ଚିକିଲି ଆଡ଼କୁ ଯାଉଥିବା ଆଉ ଏକ ବାଇକ୍ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ଉଭୟ ବାଇକ୍ ଆରୋହୀ ହେଲ୍ମେଟ୍ ପିନ୍ଧି ନଥିଲେ। ମୁଣ୍ଡରେ ଆଘାତ ଲାଗିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଝରିଗାଁ ପୁଲିସ୍ କହିଛି।
from Odisha Reporter
No comments: