ନୂଆଦିଲ୍ଲୀ ୨୫|୧୦: ଡାଲି ବିନା ଭାରତୀୟଙ୍କ ଖାଇବା ସଂପୂର୍ଣ୍ଣ ହେଉନଥିବା ବେଳେ ଆମେ ଖାଉଥିବା ଡାଲିରେ ଯେ ବିଷାକ୍ତ କେମିକାଲ ମିଶି ରହିଛି ତାହା ପୁଣିଥରେ ପ୍ରମାଣିତ ହୋଇଛି । ଆଉ ଏହାକୁ ଏଥର ପ୍ରମାଣିତ କରିଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା କର୍ତ୍ତୃପକ୍ଷ ଏଫଏସଏସଏଆଇ । ବଜାରରେ ମିଳୁଥିବା ମୁଗ ଓ ମସୁରୀ ଡାଲିରେ ବେଶୀ ପରିମାଣରେ ବିଷାକ୍ତ କେମିକାଲ ମିଶିଥିବା ଜଣାପଡ଼ିଛି ।ବିଶେଷ କରି କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶରୁ ଆମଦାନୀ ହେଉଥିବା ଡାଲିରେ ବେଶୀ ପରିମାଣରରେ ରାସାୟନିକ ମିଶି ରହିଥିବା ସ୍ପଷ୍ଟ କରିଛି ଏଫଏସଏସଏଆଇ । ଏବେ ଏହି ଦୁଇ ଦେଶରେ ପ୍ରଚୁର ପରିମାଣରେ ଡାଲି ଉତ୍ପାଦନ ହେଉଥିବା ବେଳେ ଭାରତକୁ ମଧ୍ୟ ଅଧିକ ପରିମାଣରେ ଡାଲି ଆମଦାନୀ କରାଯାଉଛି ।ଡାଲିରେ ଥିବା କେମିକାଲ ଭିତରେ ଅଛି ଗ୍ଲାଇଫୋସେଟ୍ ।ଡାଲି ଚାଷ ହେଉଥିବା ଜମିରେ ଅନାବନା ଗଛ ମାରିବା ପାଇଁ ଏହି ଗ୍ଲାଇଫୋସାଇଟ୍ ବ୍ୟବହାର କରାଯାଇଥାଏ ।ଏହି ଡାଲି ଖାଇବା ସହିତ ଏହି ଗ୍ଲାଇଫୋସେଟ୍ ଯଦି ଆମ ଶରୀରକୁ ଯାଏ ତେବେ ଏହା ଖୁବ୍ କ୍ଷତିକାରକ ।ବିଶେଷ କରି ଅଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା ଡାଲିରେ ବେଶୀ ପରିମାଣର ଗ୍ଲାଇଫୋସେଟ୍ କେମିକାଲ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି ।ଡାଲିରେ କେତେ ପରିମାଣରର ଗ୍ଲାଇଫୋସେଟ୍ ରହିବା ଉଚିତ୍ ସେ ନେଇ ଭାରତରେ କୌଣସି ନିର୍ଦ୍ଦିଷ୍ଟ ସୀମା ନଥିଲେ ମଧ୍ୟ କାନାଡ଼ାରେ ରଖାଯାଇଥିବା ମାନକୁ ନେଇ ଏହା କ୍ଷତିକାରକ ବୋଲି କୁହାଯାଇଛି । ଶରୀରକୁ ଅଧିକ ପରିମାଣର ଗ୍ଲାଇଫୋସେଟ୍ ଗଲେ ଏହା ପ୍ରୋଟିନ ସଂପର୍କିତ କାର୍ଯ୍ୟକୁ ପ୍ରଭାବିତ କରିଥାଏ ।ଦେହରେ ଏହା ରୋଗ ପ୍ରତିରୋଧକ ଶକ୍ତି କମାଇବା ସହିତ ଆବଶ୍ୟକ ଭିଟାମିନ୍, ମିନେରାଲକୁ ଶରୀର ଗ୍ରହଣ କରିବାକୁ ରୋକିଥାଏ ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କିଛି କିଛି ବର୍ଷ ତଳେ ଗ୍ଲାଇଫୋସେଟ୍କୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଘୋଷଣା କରାଯାଇଥିଲା ।
from News7 https://ift.tt/2Pl247s
No comments: