ହଲିଉଡର ଏହି ଷ୍ଟାରମାନେ ବଲିଉଡର ୬ଜଣ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ କରିବାକୁ ଚାହାଁନ୍ତି କାମ: ଜାଣନ୍ତୁ କିଏ ଏମାନେ

୧.କ୍ରିଷ୍ଟେନ୍ ଷ୍ଟିଓ୍ବାର୍ଟ ଏବଂ ହ୍ରିତିକ ରୋଶନ୍: ଲୋକପ୍ରିୟ ଟ୍ବିଲାଇଟ୍ ଫିଲ୍ମ ଅଭିନେତ୍ରୀ କ୍ରିଷ୍ଟେନ୍ ଷ୍ଟିଓ୍ବାର୍ଟ ବିଦେଶରେ ଯେତିକି ଲୋକପ୍ରିୟ ଭାରତରେ ମଧ୍ୟ ସେତିକି ଲୋକପ୍ରିୟ। କ୍ରିଷ୍ଟେନ୍ ବଲିଉଡର ସବୁଠୁ ସୁନ୍ଦର ଅଭିନେତା ହ୍ରିତିକ ରୋଶନଙ୍କ ସହ କାମ କରିବାକୁ ଚାହାନ୍ତି।

୨. କିମ୍ କାର୍ଦଶିଆନ୍ ଏବଂ ସଲମାନ୍ ଖାନ୍: କିମ୍ କାର୍ଦଶିଆନ୍ ଆମେରିକାର ରିଅଲିଟଟି ଶୋ ର ଗୋଟିଏ ଲୋକପ୍ରିୟ ନାଁ। ସେ ଥରେ କହିଥିଲେ ଯେ ସେ ସଲମାନ  ଖାନଙ୍କ ସହ କାମ କରିବାକୁ ଚାହାନ୍ତି।

୩.ଟମ୍ କ୍ରୃଜ୍: ଟମ୍ କ୍ରୃଜ୍ ହଲିଉଡ ସହ ବଲିଉଡ ପାଇଁ ମଧ୍ୟ ଜଣେ ଲୋକପ୍ରିୟ ଏବଂ ପ୍ରିୟ ଅଭିନେତା। ଥରେ ତାଙ୍କୁ ପଚରାଯାଇଥିଲା ଯେ ଯଦି ସେ ବଲିଉଡ ଫିଲ୍ମରେ କାମ କରନ୍ତି ତେବେ ସେ କେଉଁ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହିଁବେ ,ଉତ୍ତରରେ ସେ କହିଥିଲେ ଯେ ସେ ସୋନମ କପୁରଙ୍କ ଜଣେ ବଡ଼ ପ୍ରଶଂସକ ଏବଂ ତାଙ୍କ ସହ ଅଭିନୟ କରିବାକୁ ଚାହିଁବେ।

୪.ଜିନ୍ କ୍ଳାଉଡ ବାନ ଦମ୍ମେ ଏବଂ ଐଶ୍ଚର୍ଯ୍ୟା ରାୟ: ଜିନ୍ କ୍ଲାଉଡ ଜଣେ ବେଲଜିୟମ୍ ଅଭିନେତା ସାଙ୍ଗକୁ ମାର୍ଶଲ୍ କଳାକାର,ପଟ୍ଟକଥା ଲେଖକ,ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ। କିନ୍ତୁ ସେ ନିଜର ମାର୍ଶଲ ଆର୍ଟ ପାଇଁ ଅଧିକ ଜଣାଯାନ୍ତି। ସେ ଐଶ୍ଚର୍ଯ୍ୟା ରାୟଙ୍କ ଜଣେ ବଡ଼ ପ୍ରଶଂସକ।

୫.ଜେରାର୍ଡ଼ ବଟଲର ଏବଂ ପ୍ରିୟଙ୍କା ଚୋପ୍ରା: ଜେରାର୍ଡ଼ ବଟଲର ହଲିଉଡର ସବୁଠୁ ଲୋକପ୍ରିୟ ଅଭିନେତା କହିଲେ ଅତ୍ୟୁକ୍ତି ହେବନାହିଁ। ସେ ଅନେକ ସୁପରହିଟ୍ ହଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଜଣେ ବଡ଼ ପ୍ରଶଂସକ।

୬.ଡାନିଏଲ ରାଡକ୍ଲିଫ ଏବଂ ଶାହରୁଖ ଖାନ୍: ଡାନିଏଲ ରାଡକ୍ଲିଫଙ୍କୁ ହାରି ପୋର୍ଟର ଭାବେ ଜଣାଯାଏ। ସେ ମଧ୍ୟ ଜଣେ ଅତ୍ୟନ୍ତ ଲୋକପ୍ରିୟ ଅଭିନେତା। ସେ ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ ସେ ଶାହରୁଖ ଖାନଙ୍କ ଜଣେ ବଡ଼ ପ୍ରଶଂସକ।



from News7 https://ift.tt/2EKylkc
ହଲିଉଡର ଏହି ଷ୍ଟାରମାନେ ବଲିଉଡର ୬ଜଣ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ କରିବାକୁ ଚାହାଁନ୍ତି କାମ: ଜାଣନ୍ତୁ କିଏ ଏମାନେ ହଲିଉଡର ଏହି ଷ୍ଟାରମାନେ ବଲିଉଡର ୬ଜଣ ଅଭିନେତା ଏବଂ ଅଭିନେତ୍ରୀଙ୍କ ସହ କରିବାକୁ ଚାହାଁନ୍ତି କାମ: ଜାଣନ୍ତୁ କିଏ ଏମାନେ Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.