ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ; ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି

ପୁରୀ ୨୫|୧୦: ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଛି । ମାସେ ଧରି ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରିବେ ।  ଏଥିପାଇଁ ଶ୍ରୀକ୍ଷେତ୍ରରେ ପାଖାପାଖି ୧୦ ହଜାର ହବିଷ୍ୟାଳିଙ୍କ ସମାଗମ ହୋଇଛି । ଚଳିତ ବର୍ଷ ୨ ହଜାର ୫ଶହ ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ମାଗଣା ବ୍ୟବସ୍ଥା କରିଛନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ମୋଚ ସାହି ପୌର କଲ୍ୟାଣ ମଣ୍ଡପ, ରେଳ କଲ୍ୟାଣ ମଣ୍ଡପ ଓ ପର୍ଯ୍ୟଟନ କମ୍ପେକ୍ସରେ ହବିଷ୍ୟାଳି ଶିବିର ଖୋଲାଯାଇଛି । ସେଠାରେ ହବିଷ୍ୟାଳିଙ୍କ ପାଇଁ ମାଗଣା ମହାପ୍ରସାଦ ବ୍ୟବସ୍ଥା ସହ ପାନୀୟ ଜଳ, ଶୌଚାଳୟ, ସୁରକ୍ଷା , ଆଶୁ ଚିକିତ୍ସା ଏବଂ ଅଗ୍ନି ନାରାପତ୍ତା ବ୍ୟବସ୍ଥା କରାଯାଇଛି ।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସବୁ ହବିଷ ଶିବିରର ଉଦଘାଟନ କରିବେ । ଅନ୍ୟମାନେ ବିଭିନ୍ନ ମଠ ମନ୍ଦିର, ଧର୍ମଶାଳାରେ  ରହି  ମାସେ ଧରି ହବିଷ ପାଳିବେ  । ନରେନ୍ଦ୍ର ପୋଖରୀରେ ସ୍ନାନ କରି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଦିନକୁ ଗୋଟିଏ ଥର ମହାପ୍ରସାଦ ଖାଇବା ପରେ ପ୍ରତ୍ୟହ ରାଧା ଦାମୋଦର ପୂଜା କରିବେ । ପୁରୀରେ ହବିଷ୍ୟାଳିଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ସକାଳ ୮ଟାରେ ଗୋପାଳ ବଲ୍ଲଭ, ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳ ଧୂପ କରାଯାଇ ଦିନ ୧୦ଟା ସୁଦ୍ଧା ଭୋଗମଣ୍ଡପ ଅନୁଷ୍ଠିତ ହୋଇଛି ।



from News7 https://ift.tt/2EHpS1j
ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ; ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି ଆଜିଠୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ; ମାସେ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.