ବିମାନବନ୍ଦରରେ ବୋମା ଆତଙ୍କ, ଯାଞ୍ଚ ପରେ ଜଣାପଡ଼ିଲା... Rajalaxmi Sahoo

ବିହାରର ପାଟନା ବିମାନବନ୍ଦରରେ ବୋମା ଆତଙ୍କ। ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଥିବା ଇଣ୍ଡିଗୋ(IndiGo) ଏୟାରଲାଇନ୍ସର 6E2126 ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ କହିଥିଲେ। ରିଷି ଚାନ୍ଦ ସିଂ ନାମକ ଜଣେ ବ୍ୟକ୍ତି ନିଜ ପାଖରେ ବୋମା ରଖିଥିବା ନେଇ ଦାବି କରିଥିଲେ। 

ଏହା ଜଣାପଡ଼ିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତତ୍‌କ୍ଷଣାତ ବିମାନକୁ ଅଟକାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଖବରପାଇ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରିଥିଲେ। ହେଲେ ବିମାନରୁ ସେମିତି କିଛି ବି ମିଳିନଥିଲା। ଏହା ଗୁଜବ ବୋଲି ପରେ ଜଣାପଡ଼ିଥିଲା।

ଗୁଜବ ପ୍ରଚାର ନେଇ ବିମାନବନ୍ଦର ପୋଲିସ ରିଷି ଚାନ୍ଦଙ୍କୁ ନେଇ ଅଟକ ରଖି ପଚରାଉଚରା କରିଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ପରେ ଜଣାପଡ଼ିଥିଲା। 



from Latest Odisha News, Breaking News Today | Top Updates on Corona - OTV News https://ift.tt/4VlCPDo
ବିମାନବନ୍ଦରରେ ବୋମା ଆତଙ୍କ, ଯାଞ୍ଚ ପରେ ଜଣାପଡ଼ିଲା... Rajalaxmi Sahoo ବିମାନବନ୍ଦରରେ ବୋମା ଆତଙ୍କ, ଯାଞ୍ଚ ପରେ ଜଣାପଡ଼ିଲା... Rajalaxmi Sahoo Reviewed by SUBHENDU BARAL on July 21, 2022 Rating: 5

No comments:

Powered by Blogger.