ରାଷ୍ଟ୍ରପତି ନିର୍ବାଚନ : ୧୨୪ ବିଧାୟକ ଓ ୧୭ ସାଂସଦ କ୍ରସ ଭୋଟିଂରେ ସାମିଲ Kanak News

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ୧୨୪ ବିଧାୟକ ଏବଂ ୧୭ ସାଂସଦ କ୍ରସ୍ ଭୋଟିଂରେ ସାମିଲ ହୋଇଥିବା ଜଣାପଡିଛି । ୭୩ ଭୋଟ ନାକଚ ହୋଇଛି । ଏହି ନିର୍ବାଚନରେ ୪,୭୫୪ ନିର୍ବାଚନ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨,୮୨୪ ଭୋଟ୍ ପାଇଛନ୍ତି । ଯେଉଁଥିରେ ୫୪୦ ସାଂସଦଙ୍କ ଭୋଟ୍ ମଧ୍ୟ ରହିଛି । ଯଶବନ୍ତ ସିହ୍ନା ୧,୧୮୭ ଭୋଟ୍ ପାଇଛନ୍ତି ଯେଉଁଥିରେ ୨୦୮ ସାଂସଦଙ୍କ ଭୋଟ ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅନେକ ଅଣ ଏନଡିଏ ଦଳ ଦ୍ରୌପଦୀଙ୍କୁ ସମର୍ଥନ କରିଛନ୍ତି । ତେଣୁ କ୍ରସ ଭୋଟିଂ ହୋଇଛି । ସର୍ବାଧିକ କ୍ରସ୍ ଭୋଟିଂ ଆସାମରୁ ରହିଛି । ୨୨ ଜଣ ବିଧାୟକ ଆସାମରେ କ୍ରସ୍ ଭୋଟ୍ କରିଛନ୍ତି । ମଧ୍ୟପ୍ରଦେଶରେ ୧୯ ଜଣ, ରାଜସ୍ଥାନ, ମହାରାଷ୍ଟ୍ର, ମେଘାଳୟରେ ୧୬ ଜଣ ଲେଖାଏଁ, ଝାଡଖଣ୍ଡ ଏବଂ ଗୁଜୁରାଟର ୧୦ ଜଣ ଲେଖାଏଁ, ଛତିଶଗଡରୁ ୬ ଜଣ, ଗୋଆରୁ ୪ ଜଣ, ହିମାଚଳରୁ ୨ ଜଣ ଏବଂ ହରିଆଣା, ଅରୁଣାଚଳ ପ୍ରଦେଶ ଏବଂ ଓଡିଶାରୁ ଜଣେ ଲେଖାଏଁ ବିଧାୟକ କ୍ରସ ଭୋଟ୍ କରିଛନ୍ତି । ଏହି ତଥ୍ୟ କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି ।

ମୁର୍ମୁ ସାଂସଦଙ୍କ ଭୋଟ୍‌ର ୭୨.୧୯ ପ୍ରତିଶତ ହାସଲ କରିଛନ୍ତି। ମୁର୍ମୁଙ୍କୁ ୫୪୦ ଜଣ ସାଂସଦ ଭୋଟ୍‌ ଦେଇଥିବା ବେଳେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ୨୦୮ଟି ଭୋଟ୍‌ ମିଳିଥିଲା। ସାଂସଦଙ୍କ ଭୋଟ୍‌ ଫଳାଫଳରେ ମୁର୍ମୁଙ୍କ ଭୋଟ୍‌ ମୂଲ୍ୟ ୩, ୭୮,୦୦୦ ଥିବା ବେଳେ ସିହ୍ନାଙ୍କ ଭୋଟ୍‌ ମୂଲ୍ୟ ଥିଲା ୧,୪୫,୬୦୦। ସୂଚନାଯୋଗ୍ୟ, ବିଜେପି ଅଣବିଜେପି ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କୁ ଠିଆ କରି ଅନେକ ଦଳକୁ ଅଡ଼ୁଆରେ ପକାଇ ଦେଇଥିଲା ।

ମୁର୍ମୁ ଯେତିକି ଭୋଟ୍‌ ପାଇବେ ବୋଲି ଆଶା କରାଯାଉଥିଲା ତା’ଠାରୁ ଯଥେଷ୍ଟ ଅଧିକ ଭୋଟ୍‌ ପାଇଛନ୍ତି । ଭାରତ ତା’ର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ପାଇଥିବା ବେଳେ ଏହି ମର୍ମରେ ବିଜେପିର ବ୍ୟାପକ ପ୍ରଚାର ଭିନ୍ନ ଦଳର ଆଦିବାସୀ ଭୋଟଗୁଡ଼ିକୁ ଆକର୍ଷିତ କରିବାରେ ସାହାଯ୍ୟ କରିଥିଲା । ଆଦିବାସୀ ବହୁଳ ରାଜ୍ୟର ଅଣ-ବିଜେପି ଦଳଗୁଡ଼ିକ ଆଦିବାସୀ ଭୋଟକୁ ହାତଛଡ଼ା ନ କରିବା ପାଇଁ ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରିବା ମଧ୍ୟ ବେଶ୍‌ ଉଲ୍ଲେଖନୀୟ ଥିଲା ।

The post ରାଷ୍ଟ୍ରପତି ନିର୍ବାଚନ : ୧୨୪ ବିଧାୟକ ଓ ୧୭ ସାଂସଦ କ୍ରସ ଭୋଟିଂରେ ସାମିଲ first appeared on Kanak News.



from Kanak News https://ift.tt/0RaIb5S https://ift.tt/EhjI6ON
ରାଷ୍ଟ୍ରପତି ନିର୍ବାଚନ : ୧୨୪ ବିଧାୟକ ଓ ୧୭ ସାଂସଦ କ୍ରସ ଭୋଟିଂରେ ସାମିଲ Kanak News ରାଷ୍ଟ୍ରପତି ନିର୍ବାଚନ : ୧୨୪ ବିଧାୟକ ଓ ୧୭ ସାଂସଦ କ୍ରସ ଭୋଟିଂରେ ସାମିଲ Kanak News Reviewed by SUBHENDU BARAL on July 21, 2022 Rating: 5

No comments:

Powered by Blogger.