୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ୨୪ ଯାଏଁ ପ୍ରବଳ ବର୍ଷିବ ! Otv Khabar Bureau

ରାଜ୍ୟରେ ଆହୁରି ତିନି ଦିନ ବର୍ଷା ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଂଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର ଏବଂ ବରଗଡ ଜିଲ୍ଲା ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଜଳପ୍ରବାହ ବଢୁଥିବାରୁ ହୀରାକୁଦର ଆଉ ଦୁଇଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପୂର୍ବରୁ ଜଳଭଣ୍ଡାରର ୫ଟି ଗେଟ୍ ଖୋଲାଥିବା ବେଳେ ଆଜି ସକାଳୁ ପ୍ରଥମେ ୩ଟି ଗେଟ୍ ଖୋଲିଥିଲା ତେବେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ପରେ ଆଉ ଦୁଇଟି ଗେଟ୍ ଖୋଲାଯାଇଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/OSRkHUm
୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ୨୪ ଯାଏଁ ପ୍ରବଳ ବର୍ଷିବ ! Otv Khabar Bureau ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: ୨୪ ଯାଏଁ ପ୍ରବଳ ବର୍ଷିବ ! Otv Khabar Bureau Reviewed by SUBHENDU BARAL on July 21, 2022 Rating: 5

No comments:

Powered by Blogger.