‘ଜୟ ଶ୍ରୀରାମ’ ନାରାକୁ ମୌଳିକ ଅଧିକାର ରୁପେ ଘୋଷଣା କରିବାକୁ ଅଦାଲତର ଦ୍ୱାରସ୍ତ ହେଲେ କଲିକତା ନାଗରିକ ! ହାଇକୋର୍ଟରେ ଦାଖଲ କଲେ ଯାଚିକା । Kanak News

କଲିକତା ହାଇକୋର୍ଟରେ ‘ଜୟ ଶ୍ରୀରାମ’ ନାରାକୁ ମୌଳିକ ଅଧିକାର ରୁପେ ଘୋଷିତ କରିବା ପାଇଁ ଯାଚିକା ଦାଖଲ କରାଯାଇଛି । ଯାଚିକାରେ ଦାଖଲ କରାଯାଇଛି କି ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନାରା ଲଗାଉଥିବା ଲୋକଙ୍କ ଉପରେ ଆଇନ୍ ଦଣ୍ଡାତ୍ମକ ଆଚରଣ ଆପଣାଉଛି । ଏଭଳି ସ୍ଥିତିରେ ଅଦାଲତକୁ ଏଥିରେ ହସ୍ତକ୍ଷେପ କରିବା ନିହାତି ଆବଶ୍ୟକ ହୋଇପଡିଛି । ତେବେ କୋର୍ଟ ପକ୍ଷରୁ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖାଯିବା ସହ ୪ ସପ୍ତାହ ପରେ ଏହାର ଶୁଣାଣି କରାଯିବା ନେଇ ଖବର ଆସୁଛି ।

ମୁଖ୍ୟ ନ୍ୟାୟାଧିଶ ଟିବିଏନ୍ ରାଧାକୃଷ୍ଟଣ୍ ଙ୍କ ଅଧ୍ୟକ୍ଷତାରେ ଯାଚିକା ଦାଖଲ କରି ଓକିଲ ‘ଜୟ ଶ୍ରୀରାମ’ ନାରାକୁ ମୌଳିକ ଅଧିକାର ରୁପେ ଘୋଷିତ କରିବା ପାଇଁ କହିଥିଲେ । ଘଟଣାକୁ ବ୍ୟାଖା କରି ସେ କହିଥିଲେ ଯେ ଭଗବାନ ରାମଙ୍କ ନାରା ଲଗାଇବା ,ପୂଜାର୍ଚ୍ଚନା କରୁଥିବା ନାଗରିକଙ୍କ ଉପରେ କୌଣସି ଦଣ୍ଡାତ୍ମକ ପଦକ୍ଷେପ ନେବା ଉଚିତ୍ ନୁହେଁ । ଏଭଳି ସ୍ଥିତିରେ ଅଦାଲତକୁ ତକ୍ରାଳ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ।



from Kanak News http://bit.ly/2WGUl3o http://bit.ly/2MMtsv2
‘ଜୟ ଶ୍ରୀରାମ’ ନାରାକୁ ମୌଳିକ ଅଧିକାର ରୁପେ ଘୋଷଣା କରିବାକୁ ଅଦାଲତର ଦ୍ୱାରସ୍ତ ହେଲେ କଲିକତା ନାଗରିକ ! ହାଇକୋର୍ଟରେ ଦାଖଲ କଲେ ଯାଚିକା । Kanak News ‘ଜୟ ଶ୍ରୀରାମ’ ନାରାକୁ ମୌଳିକ ଅଧିକାର ରୁପେ ଘୋଷଣା କରିବାକୁ ଅଦାଲତର ଦ୍ୱାରସ୍ତ ହେଲେ କଲିକତା ନାଗରିକ ! ହାଇକୋର୍ଟରେ ଦାଖଲ କଲେ ଯାଚିକା । Kanak News Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.