ରଜରେ ରକ୍ତ ରଞ୍ଜିତ ହେଲା ଆନନ୍ଦପୁର ! ସାମାନ୍ୟ ଝଗଡା ହେଲା କାଳ, ୩ ଝିଅଙ୍କ ସହ ବାପାର ରକ୍ତାକ୍ତ ଶବ ଉଦ୍ଧାର Kanak News

କନକ ବ୍ୟୁରୋ : ପହିଲି ରଜରେ ପରିବେଶ ଉତ୍ସବମୁଖର ଥିବା ବେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗୟଳମୁଣ୍ଡା ପଞ୍ଚାୟତ ଉଲିବସା ଗ୍ରାମରେ ଘଟିଛି ବୀଭତ୍ସ କାଣ୍ଡ। ଏକ ଘର ଭିତରୁ ୩ ନାବାଳିକ ଝିଅ ଓ ବାପାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତିନି ଝିଅଙ୍କୁ ହତ୍ୟା କରିବା ପରେ ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଦେହ ନିକଟରେ ଏକ ରକ୍ତଲଗା ଟାଙ୍ଗିଆ ଓ ଠେଙ୍ଗା ପଡ଼ିଛି। ଘରର ଚଟାଣ ରକ୍ତରେ ଭିଜି ଯାଇଛି। ଖବର ପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଜଣେ ବାପା କାହିଁକି ଏମିତି କାଣ୍ଡ ଘଟାଇଲା ତା’ର କାରଣ ଜଣାପଡ଼ିନାହିଁ।
ମିଳିଥିବା ସୂଚନା ଅନୁସାରେ ଗ୍ରାମର ଦୁର୍ଗା ସିଦ୍ଧୁଙ୍କର ପତ୍ନୀଙ୍କର ୩ ବର୍ଷ ତଳେ ପରଲୋକ ହୋଇଥିଲା। ପତ୍ନୀଙ୍କର ମୃତ୍ୟୁପରେ ଦୁର୍ଗାଙ୍କ ଉପରେ ତିନିଝିଅଙ୍କ ଦାୟିତ୍ବ ପଡ଼ିଥିଲା। ଏହାକୁ ନେଇ ଦୁର୍ଗା ମାନସିକ ଚାପରେ ଥିଲେ। ରଜ ପର୍ବ ପାଇଁ ତାଙ୍କ ଘରେ ମଧ୍ୟ ଉତ୍ସବର ପରିବେଶ ଥିଲା। ୩ ଝିଅ ଭଲ ପୋଷାକ ପିନ୍ଧିବା ସହ ଖୁସିରେ ଖେଳାଖେଳି କରୁଥିଲେ। କୌଣସି କାରଣରୁ ସେମାନଙ୍କ ଭିତରେ କଳିଗୋଳ ଲାଗିଥିଲା। ଏହାକୁ ନେଇ ଦୁର୍ଗା ହଠାତ ଉତକ୍ଷିପ୍ତ ହୋଇଉଠିଥିଲା। ଅପରାହ୍ଣ ପ୍ରାୟ ୩ଟା ବେଳେ ସେ ତିନିଝିଅଙ୍କ ମୁଣ୍ଡକୁ ଟାଙ୍ଗିଆରେ ହାଣିବା ସହ ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା କୁହାଯାଉଛି।
ତିନି ଝିଅଙ୍କୁ ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ସେ ଘର ଭିତରେ ଏକ ଦଉଡ଼ିରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମାତ୍ର ରଶି ଲଗାଇବାର କିଛି ସମୟପରେ ଦଉଡ଼ି ଛିଡ଼ିଯିବାରୁ ଦୁର୍ଗାଙ୍କ ମୃତଦେହ ମଧ୍ୟ ତଳେ ପଡ଼ିଯାଇଛି। ରଜପର୍ବ ପାଳନ ଚାଲିଥିବାବେଳେ ଏଭଳି ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ଖବରପାଇ ଘଟଗାଁ ଏସଡିପିଓ ରବୀନ୍ଦ୍ରକୁମାର ମଲ୍ଲିକ, ଆନନ୍ଦପୁର ଥାନା ଆଇଆଇସି ଗଗନ ବିହାରୀ ବିଶ୍ବାଳ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାକୁ ପଠାଇଛନ୍ତି। ଆର୍ଥିକ ଅନଟନ କାରଣରୁ ଦୁର୍ଗା ଏଭଳି କାଣ୍ତ ଘଟାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏସଡିପିଓ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଦୁର୍ଗା ସିଦ୍ଧୁଙ୍କ ପତ୍ନୀଙ୍କର ତିନିବର୍ଷ ତଳେ ଦେହାନ୍ତ ହୋଇଯାଇଛି। ପିଲାଙ୍କ ଦାୟିତ୍ବ ଦୁର୍ଗାଙ୍କ ଉପରେ ରହିଥିବା ବେଳେ ବୃଦ୍ଧା ମା’ର ବୋଝ ବି ଥିଲା। ଅପରାହ୍ଣରେ ତାଙ୍କ ମା’ ହାଟକୁ ଚାଲି ଯାଇଥିବା ବେଳେ ଦୁର୍ଗା ତିନି ଝିଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


from Kanak News http://bit.ly/2MMsT4o http://bit.ly/2WG5N3U
ରଜରେ ରକ୍ତ ରଞ୍ଜିତ ହେଲା ଆନନ୍ଦପୁର ! ସାମାନ୍ୟ ଝଗଡା ହେଲା କାଳ, ୩ ଝିଅଙ୍କ ସହ ବାପାର ରକ୍ତାକ୍ତ ଶବ ଉଦ୍ଧାର Kanak News ରଜରେ ରକ୍ତ ରଞ୍ଜିତ ହେଲା ଆନନ୍ଦପୁର ! ସାମାନ୍ୟ ଝଗଡା ହେଲା କାଳ, ୩ ଝିଅଙ୍କ ସହ ବାପାର ରକ୍ତାକ୍ତ ଶବ ଉଦ୍ଧାର Kanak News Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.