୭୦ ବର୍ଷରେ ମିଳିଗଲା ସଚ୍ଚା ପ୍ରେମ; ହୋଇଗଲେ ବାହା Pramod Behera

ପ୍ରେମ ଆଗରେ ନା ଦେଖାଯାଏ ବୟସ ନା କୌଣସି ଧର୍ମ। ଯଦି ଜଣେ କାହା ପ୍ରେମରେ ପଡିଯାଏ ତେବେ ତାକୁ ଖାଲି ସେହି ବ୍ୟକ୍ତି ହିଁ ଦେଖାଯାଏ। ପ୍ରେମରେ ପଡିଗଲେ ଲୋକେ ଭଲ-ମନ୍ଦ ମଧ୍ୟରେ ବି ଫରକ ଜାଣିପାରନ୍ତି ନି।

ଫ୍ଲୋରିଡା ନିବାସୀ ସିନ୍ଥିଆଙ୍କ ସହ ମଧ୍ୟ ଏମିତି କିଛି ହେଇଛି। ସିନ୍ଥିଆ ଏକ ଡେଟିଂ ଆପ୍‌ରେ ଜେମ୍ସ କ୍ଲାର୍କଙ୍କୁ ଭେଟିଥିଲେ। ଏହା ପରେ ସେମାନଙ୍କର ସାକ୍ଷାତ ପ୍ରେମରେ ପରିଣତ ହେଇଗଲା ଏବଂ ଏହା ପରେ ଦୁହେଁ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଲୋକଙ୍କ ସହ ବାଣ୍ଟିଛନ୍ତି। ସେ ତାଙ୍କର ଏହି ସମୟକୁ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ବୋଲି ମଧ୍ୟ କହିଛନ୍ତି।

ସିନ୍ଥିଆଙ୍କୁ ୭୦ ବର୍ଷ ହୋଇଥିବାବେଳେ ଜେମ୍ସଙ୍କୁ ୬୯ ବର୍ଷ। ପରିଣର ବୟସରେ ଉଭୟ ସେମାନଙ୍କ ସଚ୍ଚା ପ୍ରେମ ପାଇଲେ ଏବଂ ବର୍ତ୍ତମାନ ବହୁତ ଖୁସି ଅଛନ୍ତି। ସିନ୍ଥିଆ କହିଛନ୍ତି ଯେ ସେ ଜାଣିଥିଲେ ଯେ ଜେମ୍ସ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରିପାରିବେ। ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ, ସେମାନେ କଦାପି ପରସ୍ପରଠାରୁ କିଛି ଘଣ୍ଟାରୁ ଅଧିକ ଦୂରରେ ରହିବାକୁ ସକ୍ଷମ ନୁହଁନ୍ତି।

ବିବାହର ୮ ମାସ ପରେ, ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କ ଦାମ୍ପତ୍ୟ ଜୀବନର କିଛି କଥା ଲୋକଙ୍କ ସହ ବାଣ୍ଟିଛନ୍ତି। ଏହି ଦମ୍ପତି ଏବେ ଏକ ନବ ବିବାହିତ ଦମ୍ପତିଙ୍କ ପରି ସେମାନଙ୍କ ଜୀବନକୁ ଉପଭୋଗ କରୁଛନ୍ତି।

Couple married at 70 shares how is romance between themପରିଣତ ବୟସରେ ମିଳିଗଲା ସଚ୍ଚା ପ୍ରେମ, ଏବେ ଜୀବନ ପୂରା ରୋମାଣ୍ଟିକ୍

ଡେଟିଂ ଆପ୍‌ରେ ସାକ୍ଷାତ:

ଏହି ଦମ୍ପତି ପ୍ରାୟ ୧୮ ମାସ ପୂର୍ବେ ଏକ ଡେଟିଂ ଆପ୍‌ରେ ସାକ୍ଷାତ ହୋଇଥିଲେ। ସେତେବେଳେ ସିନ୍ଥିଆ ଫ୍ଲୋରିଡାରେ ରହୁଥିଲେ ଏବଂ ଆର୍ଥିକ ବାଣିଜ୍ୟ ସଫ୍ଟୱେର୍ ଡିଜାଇନ୍ କରୁଥିଲେ। ଏହି ସମୟରେ, ଜେମ୍ସ ଲାସ୍ ଭେଗାସ୍‌ରେ ରହୁଥିଲେ, ସେଠାରେ ସେ ଜଣେ ପ୍ରୋ ପୋକର୍ ଖେଳାଳି ଥିଲେ। ଅନ୍‌ଲାଇନ୍ ବାର୍ତ୍ତାଳାପର ଏକ ସପ୍ତାହ ପରେ ସିନ୍ଥିଆଙ୍କୁ ଭେଟିବା ପାଇଁ ଜେମ୍ସ ଫ୍ଲୋରିଡା ଆସିଥିଲେ ଏବଂ ତାଙ୍କ ସହିତ ୬ ଘଣ୍ଟା ବିତାଇଥିଲେ। ଏହି ସମୟ ଏତେ ରୋମାଣ୍ଟିକ୍ ଥିଲା ଯେ ଏହା ପରେ ସେମାନେ ଅନେକ ଥର ଭେଟା ଭେଟି ହେଲେ।

ବିବାହ ପରେ ବହୁତ ଖୁସି:

ଗତ ବର୍ଷ ଡିସେମ୍ବରରେ ଏହି ଦମ୍ପତି ବିବାହ କରିଥିଲେ। ବିବାହ ପରେ ଜେମ୍ସ ଫ୍ଲୋରିଡାକୁ ଚାଲିଗଲେ, ଯେଉଁଠାରେ ସିନ୍ଥିଆ ଏବଂ ତାଙ୍କ ପୁଅ ଡାନି ମଧ୍ୟ ଏକାଠି ରହୁଥିଲେ। ଏହି ଦମ୍ପତି ବିବାହ ପରେ ଆମେରିକାର ସବୁଠୁ ବୟସ୍କ ବର-କନ୍ୟାର ଆଖ୍ୟା ପାଇଥିଲେ। କିନ୍ତୁ ଦୁଇ ସପ୍ତାହ ପରେ ଏହି ଆଖ୍ୟା ଅନ୍ୟ ନାମରେ ହୋଇଗଲା।

ଏହି ଦମ୍ପତି କହିଛନ୍ତି ଯେ ଅନ୍ୟ କେହି ସେମାନଙ୍କ ପରି ରୋମାନ୍ସ କରିବାକୁ ସମର୍ଥ ହେବେ ନାହିଁ। ସେ କହିଛନ୍ତି ଯେ ଉଭୟେ ଦିନ ଦିନ ଧରି ବାହାରକୁ ଆସି ପାରନ୍ତି ନାହିଁ। ସେମାନଙ୍କର ସମୟ କେବଳ ପରସ୍ପରକୁ ଭଲ ପାଇବାରେ ହିଁ ଚାଲିଯାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/VCThXRi
୭୦ ବର୍ଷରେ ମିଳିଗଲା ସଚ୍ଚା ପ୍ରେମ; ହୋଇଗଲେ ବାହା Pramod Behera ୭୦ ବର୍ଷରେ ମିଳିଗଲା ସଚ୍ଚା ପ୍ରେମ; ହୋଇଗଲେ ବାହା Pramod Behera Reviewed by SUBHENDU BARAL on July 20, 2022 Rating: 5

No comments:

Powered by Blogger.