ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । Kanak News

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଲାଗି ରହିଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକ ହାଲୁକା ବର୍ଷାରେ ଭିଜିଛି । କାଲୁଆ ପବନ ସାଙ୍ଗକୁ ବର୍ଷା ପରେ ଥଣ୍ଡା ବଢିଯାଇଛି । ଉତର ଉପକୂଳ ଓଡିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଲାଗି ରହିବ କୋହଲା ପାଗ । ଫଳରେ ରାତିର ତାପମାତ୍ରା ଖସିବ । ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହୁଥିଲେ ମଧ୍ୟ ଦିନ ଓ ରାତିର ତାପମାତ୍ରାରେ ତାରତମ୍ୟ କମ ରହୁଥିବାରୁ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ୨୪ ଘଂଟା ପରେ ପରବର୍ତି ୩ ଦିନ ମଧ୍ୟରେ ୨ରୁ ୩ଡିଗ୍ରୀ ଯାଏଁ ରାତିର ତାପମାତ୍ରା ଖସିବ ବୋଲି ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ।

The post ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । first appeared on Kanak News.



from Kanak News https://ift.tt/bgVm7Qf https://ift.tt/QxqLeWm
ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । Kanak News ରାଜ୍ୟରେ ଆଉ ୨ ଦିନ କୋହଲା ପାଗ । ଆଜି ଓ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା । ୨୬ରୁ ପାଗରେ ଆସିବ ପରିବର୍ତ୍ତନ । Kanak News Reviewed by SUBHENDU BARAL on January 23, 2024 Rating: 5

No comments:

Powered by Blogger.