
କନକ ବ୍ୟୁରୋ : ବର୍ଷକ ମଧ୍ୟରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକେ ଦେଶ ଛାଡିଛନ୍ତି । ୨୦୨୧ରେ ଏମାନେ ଭାରତ ଛାଡି ଅନ୍ୟ ଦେଶରେ ନାଗରିକତା ଗ୍ରହଣ କରିଛନ୍ତି । ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଦେଶ ଛାଡିଥିବା ଲୋକଙ୍କ ମଧ୍ୟରୁ ଅଧିକ ଆମେରିକାର ନାଗରିକତା ଗ୍ରହଣ କରିଛନ୍ତି ।
ମୋଟ ଉପରେ ୭୮ ହଜାର ଭାରତୀୟ ଆମେରିକା ନାଗରିକତା ଗ୍ରହଣ କରିଥିବା ବେଳେ ଅଷ୍ଟ୍ରେଲିଆର ୨୩ ହଜାର ୫୩୩, କାନାଡାର ୨୧ ହଜାର ୫୯୭, ଇଂଲଣ୍ଡର ୧୪ ହଜାର ୬୩୭, ଇଟାଲୀର ୫ ହଜାର ୯୮୬, ନେଦରଲ୍ୟାଣ୍ଡର ୨ ହଜାର ୧୮୭, ନ୍ୟୁଜିଲ୍ୟାଣ୍ଡର ୨ ହଜାର ୬୪୩, ସିଙ୍ଗାପୁରର ୨ ହଜାର ୫୩୩, ନେପାଳର ୧୦ ଏବଂ ଶତ୍ରୁ ରାଷ୍ଟ ଚୀନ ଓ ପାକିସ୍ତାନର ନାଗରିକତା ଗ୍ରହଣ କରିଛନ୍ତି ୩୬୨ ଏବଂ ୪୧ ଜଣ ଭାରତୀୟ ।
ଭାରତ ଦୁଇ ଦେଶର ନାଗରିକତାକୁ ଗ୍ରହଣ କରୁନଥିବାରୁ ସେମାନେ ଭାରତର ନାଗରିକତା ଛାଡିବାକୁ ଏମାନେ ବାଧ୍ୟ ହୋଇଛନ୍ତି । ୨୦୧୭ରେ ୧ ଲକ୍ଷ ୩୩ ହଜାର, ୨୦୧୮ରେ ଏକ ଲକ୍ଷ ୩୪ ହଜାର ୫୦୦, ୨୦୧୯ରେ ଏକ ଲକ୍ଷ ୪୪ ହଜାର ଏବଂ ୨୦୨୦ରେ ୮୫ ହଜାର ଭାରତୀୟ ଦେଶୟର ନାଗରିକତା ଛାଡିଥିବା ନେଇ ଗୃହ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସୂଚନା ଦେଇଛନ୍ତି ।
The post ଭାରତୀୟଙ୍କୁ ପସନ୍ଦ ବିଦେଶର ନାଗରିକତା : ବର୍ଷକ ମଧ୍ୟରେ ଦେଶ ଛାଡିଲେଣି ଲକ୍ଷେ ୬୦ ହଜାରରୁ ଅଧିକ ଭାରତୀୟ first appeared on Kanak News.
from Kanak News https://ift.tt/UrIL3Dx https://ift.tt/lwQVxWg
No comments: