ପ୍ରକୃତିର ଖେଳ ବେଳେ ବେଳେ ଅଦ୍ଭୁତ ହୋଇଥାଏ। ମଣିଷ କେବଳ ଏହି ପ୍ରକୃତିରୁ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ପାଇଥାଏ। କିନ୍ତୁ ଏ ଲୋଭୀ ମଣିଷମାନେ ନିଜର ସ୍ୱାର୍ଥ ପାଇଁ ପ୍ରକୃତିର ଲାଭ ଉଠାଇଚାଲିଛି। ଏହି କାରଣରୁ, ସମୟ ସମୟରେ ପ୍ରକୃତି ମଧ୍ୟ ଏହାର ଭୟଙ୍କର ରୂପ ଦେଖାଇ ମଣିଷକୁ ଭୟଭୀତ କରିଛି। ଯେପର୍ଯ୍ୟନ୍ତ ଏହା ସହ୍ୟ ହୋଇଥାଏ, ସେପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ରହିଥାଏ। ନଚେତ ଗୋଟିଏ ଝଟ୍କାରେ ହିଁ ସବୁକିଛି ଧ୍ୱଂସ ହୋଇଯାଏ। ୧୯୪୦ ମସିହାରେ ବ୍ରିଟେନର ଡର୍ବିସାୟରରେ ଏମିତି କିଛି ଘଟିଥିଲା। ଏଠାରେ ବନ୍ୟାରେ ସମଗ୍ର ଗାଁ ନଷ୍ଟ ହୋଇଯାଇଥିଲା।
ହଠାତ୍ ବନ୍ୟା ଯୋଗୁଁ ଡର୍ବିସାୟରର ଡର୍ୱେଣ୍ଟ୍ ଗାଁର ଚିହ୍ନ ବର୍ଣ୍ଣ ଲିଭିଯାଇଥିଲା। ସେତେବେଳେ ଏକ ଡ୍ୟାମ୍ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା ଯାହା ବ୍ରିଟେନ୍ର ପ୍ରମୁଖ ସହରକୁ ଜଳ ଯୋଗାଇବ। ଏଥିରେ ଡର୍ବି, ଶେଫିଲ୍ଡ,, ନଟିଂହାମ୍ ଏବଂ ଲିସେଷ୍ଟର ସାମିଲ ଥିଲା। ଏହି ଡ୍ୟାମ୍ ନିର୍ମାଣରେ ଏତେ ପରିମାଣର ପାଣି ଆସିଲା ଯେ ଏହା ଡର୍ୱେଣ୍ଟ୍ ଗାଁର ଅସ୍ତିତ୍ୱକୁ ନିଭେଇ ଦେଲା। ଏଠାରେ ଯାହା ବି ଥିଲା, ସବୁ ପାଣିରେ ମିଶିଗଲା। ଲୋକଙ୍କୁ ଠିକ୍ ସମୟରେ ଘରୁ ବାହାରକୁ ନିଆଯାଇଥିଲା ଏବଂ ସେମାନେ ଗାଁକୁ ସବୁଦିନ ପାଇଁ ଭୁଲିଗଲେ।
୮୨ ବର୍ଷ ପରେ ପାଣିରୁ ବାହାରିଲା ଗାଁ:
ଆଜିକାଲି ବ୍ରିଟେନ ସବୁଠୁ ଅଧିକ ଗରମର ସମ୍ମୁଖୀନ ହେଉଛି। ବ୍ରିଟେନରେ ଗ୍ରୀଷ୍ମ ଲହର ଯୋଗୁଁ ନଦୀ ଓ ଝରଣା ସବୁ ଶୁଖି ଯାଇଛି। ଏହି କାରଣରୁ ଯେଉଁ ଡ୍ୟାମ୍ ନିର୍ମାଣରେ ସମଗ୍ର ଗାଁ ଜଳମଗ୍ନ ହୋଇଯାଇଥିଲା ତାହା ଏବେ ସାମ୍ନାକୁ ଆସିଛି। ଲେଡିବାୱାର୍ ଡ୍ୟାମ ଶୁଖିବା ଯୋଗୁଁ ଏହି ଗାଁ ଏତେ ବର୍ଷ ପରେ ପୁଣି ଥରେ ସାମ୍ନାକୁ ଆସିଛି। ଦୀର୍ଘ ୮୨ ବର୍ଷ ଧରି ପାଣି ଭିତରେ ରହିବା ପରେ ଏହି ଗାଁର ଝଲକ ଏବେ ଦେଖିବାକୁ ମିଳିଛି।
୪ ବର୍ଷ ପୂର୍ବେ ଖୋଲିଥିଲା ରାଜ୍:
ଡର୍ୱେଣ୍ଟ୍ ଭଳି ଏକ ଗାଁ ଥିଲା ବୋଲି ୨୦୧୮ ରେ ସାମ୍ନାକୁ ଆସିଥିଲା। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଡ୍ୟାମ୍ର ଜଳ ସ୍ତର ନିମ୍ନକୁ ଖସିଥିଲା। ଏହି କାରଣରୁ ଗାଁର ଝଲକ ଦେଖିବାକୁ ମିଳିଥିଲା। ଫଳରେ ଏହି ଗାଁର ଇତିହାସକୁ ନେଇ ଅନୁସନ୍ଧାନ ଚାଲିଲା ଏବଂ ଏହାର ସମ୍ପୂର୍ଣ୍ଣ ରହସ୍ୟ ସାମ୍ନାକୁ ଆସିଲା।
ଅତିଶୟ ଗ୍ରୀଷ୍ମ ପ୍ରବାହ ହିଁ ଗାଁକୁ ସାମ୍ନାକୁ ଆଣିବାରେ ସଫଳ ହୋଇଛି। ଏଠାରେ ଥିବା ଅନେକ ଅଟ୍ଟାଳିକା ଦେଖାଯିବା ଆରମ୍ଭ କରିଛି। ଏଥିରେ ଲୋକଙ୍କ ଘରର ଢାଞ୍ଚା ଠାରୁ ଆରମ୍ଭ କରି ଚର୍ଚ୍ଚ ପର୍ଯ୍ୟନ୍ତ ସାମିଲ୍ ରହିଛି। ଏସବୁ ଦେଖି ଲାଗୁଛି ଯେ ଏହା ଦିନେ ଏକ ସମୃଦ୍ଧ ଗାଁ ଥିଲା। କିନ୍ତୁ ମଣିଷର ଅଧିଲ ଲୋଭ ଯୋଗୁଁ ସମଗ୍ର ଗାଁ ଧ୍ୱଂସ ହୋଇଯାଇଥିଲା।
from Latest Odisha News, Breaking News Today | Top Updates on Corona - OTV News https://ift.tt/NemrxzD
No comments: