ବିଦେଶ ଯିବାକୁ ଟଙ୍କା ମାଗି ଟ୍ରୋଲ୍ ହେଉଛନ୍ତି ଯୁବତୀ Pramod Behera

ଆଜିକାଲି କ୍ରାଉଡ୍‌ଫଣ୍ଡିଂ କରିବା ଅତି ସାଧାରଣ ହୋଇଗଲାଣି। କ୍ରାଉଡ୍‌ଫଣ୍ଡିଂ ଅର୍ଥ ହେଉଛି ଜଣେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଜନସାଧାରଣଙ୍କଠାରୁ ଆର୍ଥିକ ସହାୟତା ନେବା। କ୍ରାଉଡ୍‌ଫଣ୍ଡିଂ ପାଇଁ ଅନେକ ୱେବସାଇଟ୍ କାମ କରୁଛି। ଏହା ଲୋକମାନଙ୍କଠାରୁ କିଛି ଟଙ୍କା ନେଇ ସେମାନଙ୍କର ଆବଶ୍ୟକତାକୁ ନିଜ ୱେବସାଇଟ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚେଇଥାଏ।

ଅର୍ଥ ସଂଗ୍ରହର ଏହି ପଦ୍ଧତି ଦୀର୍ଘ ଦିନ ଧରି ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ବ୍ୟବହୃତ ହେଉଛି। ଗରିବ କିମ୍ବା ଅଭାବୀ ଲୋକ, ଯାହାଙ୍କ ପାଖାରେ ଅର୍ଥ ଅଭାବ ଥାଏ ସେମାନେ ଏହି ଉପାୟରେ ଟଙ୍କା ସଂଗ୍ରହ କରି ଚିକିତ୍ସା ପାଆନ୍ତି।

ଆଜିକାଲି କ୍ରାଉଡ୍‌ଫଣ୍ଡିଂକୁ ନେଇ ଜଣେ ଯୁବତୀ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଯୁବତୀ ଲୋକଙ୍କ ଆର୍ଥିକ ସହାୟତା ଚାହୁଁଛନ୍ତି, କିନ୍ତୁ କୌଣସି ରୋଗର ଚିକିତ୍ସା ପାଇଁ ନୁହେଁ ବରଂ ବିଦେଶ ଯାଇ ଏକ ବଡ ଅନୁଷ୍ଠାନରେ ପଢିବା ପାଇଁ।

ଚଣ୍ଡିଗଡ଼ରେ ରହୁଥିବା ମୁସ୍କାନ ବାୱା ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଉଛନ୍ତି। ଏହାର ତାଙ୍କର କ୍ରାଉଡ୍‌ଫଣ୍ଡିଂ ପ୍ଲାନ୍ ଏହାର କାରଣ ହୋଇଛି। ମୁସ୍କାନ୍ କୀଟୋ ନାମକ ଏକ କ୍ରାଉଡ୍‌ଫଣ୍ଡିଂ ୱେବ୍‌ସାଇଟ୍ ମାଧ୍ୟମରେ ନିଜର ପାଠ ପଢା ପାଇଁ ଲୋକଙ୍କଠାରୁ ସାହାଯ୍ୟ ଲୋଡିଛନ୍ତି।

ମୁସ୍କାନ୍‌ଙ୍କ ପୋଷ୍ଟ୍‌ ଅନୁଯାୟୀ, ତାଙ୍କର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଆଡ୍‌ମିଶନ୍‌ ହୋଇଛି। ସେ ସେଠାରେ ହ୍ୟୁମାନ୍ ଡେଭଲପ୍‌ମେଣ୍ଟ୍ ଆଣ୍ଡ୍ ଏଜୁକେଶନ୍ ପ୍ରୋଗ୍ରାମ କ୍ଷେତ୍ରରେ ମାଷ୍ଟର ଡିଗ୍ରୀ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ସେ ପରିବାର, ବନ୍ଧୁ ଏବଂ ହାର୍ଭାର୍ଡ କ୍ରେଡିଟ୍‌ ୟୁନିଅନରୁ ଋଣ ନେଉଛନ୍ତି। ସେ ଅନେକ ଅଣ-ଲାଭ ସଂଗଠନ ଏବଂ ସରକାରୀ କ୍ଷେତ୍ରରେ ମଧ୍ୟ ୪ ବର୍ଷ କାମ କରିଛନ୍ତି, କିନ୍ତୁ ଆଡମିଶନ ଟଙ୍କା ଭରିବା ପାଇଁ ତାଙ୍କ ସଞ୍ଚୟ ପର୍ଯ୍ୟାପ୍ତ ହୋଇପାରି ନାହିଁ।

ସେଠାକୁ ଯିବା ପରେ ସେ ଅଧିକ ଅଧ୍ୟୟନ ପାଇଁ ଛାତ୍ରବୃତ୍ତି, ଋଣ ଏବଂ ପାର୍ଟ ଟାଇମ୍ କାମ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ କମ୍ ଟଙ୍କା କାରଣରୁ ସେ ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି। ଏହି ସାଇଟ୍ ଜରିଆରେ ମୁସ୍କାନ୍ ୨୩ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଏପର୍ଯ୍ୟନ୍ତ ତାଙ୍କୁ ଲୋକଙ୍କ ପାଖରୁ ଦାନ ଆକାରରେ ୧୩ ଲକ୍ଷ ଟଙ୍କା ମିଳି ସାରିଲାଣି।

ଯେବେଠାରୁ ତାଙ୍କର ଏହି କ୍ରାଉଡ୍‌ଫଣ୍ଡିଂ ପ୍ରମୋସନ ଅନେକ ସୋସିଆଲ ମିଡିଆ ପେଜ୍‌ରେ ଆରମ୍ଭ ହୋଇଛି, ସେବେଠାରୁ ସେ ଟ୍ରୋଲ୍‌ର ଶିକାର ହୋଇ ଆସୁଛନ୍ତି। ଲୋକମାନେ କହୁଛନ୍ତି ଯେ ଭାରତରେ ଅନେକ ବଡ ବଡ ଅନୁଷ୍ଠାନ ଅଛି, ଯଦି ଯୁବତୀଙ୍କ ପାଖରେ ସେତିକି ଟଙ୍କା ନାହିଁ ତେବେ ଅନ୍ୟମାନଙ୍କ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ ସେ ନିଜ ଟଙ୍କାରେ ଭାରତର ସବୁଠାରୁ ବଡ ପ୍ରତିଷ୍ଠାନରେ ଅଧ୍ୟୟନ କରିବା ଉଚିତ।

ଅନେକ ଲୋକ ଏହା ମଧ୍ୟ କହୁଛନ୍ତି ଯେ ଏହା ଏକ ଦାନର ଉପହାସ। ଲୋକମାନେ ସେମାନଙ୍କର ଟଙ୍କା ଅଭାବୀ ଲୋକଙ୍କୁ ଦାନ କରିବା ଉଚିତ୍, ଯେଉଁମାନଙ୍କର କିଛି ନାହିଁ। କିନ୍ତୁ ସେମାନଙ୍କୁ ନୁହେଁ ଯେଉଁମାନେ ବିଦେଶ ଯିବାକୁ କେବଳ ଟଙ୍କା ସଂଗ୍ରହ କରୁଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/fqLUAhY
ବିଦେଶ ଯିବାକୁ ଟଙ୍କା ମାଗି ଟ୍ରୋଲ୍ ହେଉଛନ୍ତି ଯୁବତୀ Pramod Behera ବିଦେଶ ଯିବାକୁ ଟଙ୍କା ମାଗି ଟ୍ରୋଲ୍ ହେଉଛନ୍ତି ଯୁବତୀ Pramod Behera Reviewed by SUBHENDU BARAL on July 17, 2022 Rating: 5

No comments:

Powered by Blogger.