ପ୍ରାୟ ସମସ୍ତେ ନିଜ ଜୀବନରେ କେହି କେହି ହିରୋ-ହିରୋଇନ୍ ହୁଅନ୍ତୁ ବା ସିଙ୍ଗର-ଡାନ୍ସରଙ୍କୁ ମନେ ମନେ ଭଲ ପାଇଥାନ୍ତି। ସେମାନେ ସେହି ସେଲିବ୍ରିଟିମାନଙ୍କ ଫଟୋକୁ ନିଜ ରୁମ୍ରେ ରକନ୍ତି ଏବଂ ତାଙ୍କୁ ଭେଟିବାର ସୁଯୋଗକୁ ଅପେକ୍ଷା କରି କରି ବୟସ ବିତେଇ ଦିଅନ୍ତି। କିନ୍ତୁ ସମସ୍ତଙ୍କର ଭାଗ୍ୟ ଏହି ଯୁବକଙ୍କ ପରି ନୁହେଁ, ଯିଏ ତାଙ୍କ ପ୍ରିୟ କଳାକାରଙ୍କୁ ଖାଲି ଭେଟି ନାହାନ୍ତି ବରଂ ବାହା ହୋଇ ଘରକୁ ନେଇ ଆସିଛନ୍ତି।
ସାଧାରଣତଃ ଲୋକମାନେ ସେମାନଙ୍କ ସେଲିବ୍ରିଟିଙ୍କୁ ଥରେ ହେଉପଛେ ଭେଟିବାର ସ୍ୱପ୍ନ ଦେଖନ୍ତି। ଏହା ପ୍ରାୟ ସମସ୍ତଙ୍କର ଭାଗ୍ୟରେ ହୋଇ ନଥାଏ। କିନ୍ତୁ ଜାପାନର ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଭାଗ୍ୟ ଏମିତି ଯେ ସେ ତାଙ୍କ ପ୍ରିୟ କଳାକାରଙ୍କୁ ଭେଟିଛନ୍ତି। ସେ ଖାଲି ଭେଟି ନାହାନ୍ତି ନିଜଠାରୁ ୨୭ ବର୍ଷ ସାନ ପପ୍ଷ୍ଟାର୍ଙ୍କୁ ବିବାହ କରିବାର ସ୍ୱପ୍ନ ମଧ୍ୟ ପୂରଣ କରିଛନ୍ତି।
ମଧ୍ୟ ବୟସ୍କ ପ୍ରଶଂସକ ମିସ୍ତୁଓ ଏବଂ ଯୁବତୀ ପପ୍ଷ୍ଟାର୍ ୟୁକି ତୋମୋଙ୍କର ଏହି ପ୍ରେମ କାହାଣୀ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ସେମାନଙ୍କ ଏହି ପ୍ରେମ କାହାଣୀ ଆପଣଙ୍କୁ ପରି ରାଇଜର କାହାଣୀ ପରି ଲାଗିବ। ଏମିତି ସୁଯୋଗ କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଆସେ ନାହିଁ। କିନ୍ତୁ ଏମିତି କିଛି ମିସ୍ତୁଓଙ୍କ ଭଳି ଭାଗ୍ୟବାନ ଅଛନ୍ତି ଯେଉଁମାନେ ସେମାନଙ୍କ ଏମିତି ସ୍ୱପ୍ନକୁ ବାସ୍ତବ କରିପାରନ୍ତି।
ଯେତେବେଳେ ୟୁକି ତୋମୋ ୨୦୨୦ ମସିହାରେ ଓସାକାଭିତ୍ତିକ ଏକ ଆଇଡଲ୍ ଗ୍ରୁପ୍ରେ ଡେବ୍ୟୁ କରିଥିଲେ, ସେତେବେଳେ ୪୪ ବର୍ଷୀୟ ମିସ୍ତୁଓ ତାଙ୍କୁ ବହୁତ ପସନ୍ଦ କରିଥିଲେ। ସେତେବେଳେ ୟୁକିଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା, କିନ୍ତୁ ମଧ୍ୟ ବୟସ୍କ ମିସ୍ତୁଓଙ୍କ ଆଗ୍ରହ ତାଙ୍କ ପ୍ରତି ଏତେ ଥିଲା ଯେ ସେ ତାଙ୍କର ପ୍ରତ୍ୟେକ କନ୍ସର୍ଟରେ ଜଣେ ସମର୍ଥକ ଭାବରେ ପହଞ୍ଚି ଯାଉଥିଲେ।
ଏପରିକି ତାଙ୍କ ଘରେ ଓଇତା ୟେ ଓସାକା, ସେ କେବଳ ୟୁକିଙ୍କୁ ସମର୍ଥନ କରିବାକୁ ଯାଉଥିଲେ। ସେଠାକୁ କାରରେ ଯିବାକୁ ହେଲେ ୮ ଘଣ୍ଟା ଏବଂ ଟ୍ରେନ୍ରେ ୫ ଘଣ୍ଟା ସମୟ ଲାଗୁଥିଲା। ତାଙ୍କର ଏଭଳି ଉତ୍ସର୍ଗୀକୃତ ମନୋଭାବ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇଆସିଲା ଏବଂ ୟୁକିଙ୍କ ଧ୍ୟାନ ତାଙ୍କ ଉପରେ ପଡିଲା। ଏହାପରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଆରମ୍ଭ ହେଇଗଲା।
କଥାବାର୍ତ୍ତା ପରେ, ଯେତେବେଳେ ମିସ୍ତୁଓ ଆଉ ତାଙ୍କ କନସର୍ଟକୁ ଆସିଲେ ନାହିଁ ସେତେବେଳେ ୟୁକିଙ୍କୁ ପ୍ରେମର ଅନୁଭବ ଆସିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୟୁକି ନିଜେ ମିସ୍ତୁଓଙ୍କ ପ୍ରତି ନିଜର ଭାବନା ପ୍ରକାଶ କରିଥିଲେ ଏବଂ ସଙ୍ଗେ ସଙ୍ଗେ ମିସ୍ତୁଓ ତାଙ୍କୁ ପ୍ରସ୍ତାବ ଦେଇଥିଲେ।
ପ୍ରଥମେ ୟୁକିଙ୍କ ବାପାମାଆ ଏହାକୁ ବହୁତ ଅଦ୍ଭୁତ ମନେକଲେ କାରଣ ତାଙ୍କ ଝିଅର ଭବିଷ୍ୟତ ସ୍ୱାମୀର ବୟସ ତାଙ୍କ ମା’ ସହିତ ସମାନ ଥିଲା। କିନ୍ତୁ ପରେ ସବୁ କିଛି ଠିକ୍ ହୋଇଯାଇଥିଲା। ଦୁହେଁ ଚଳିତ ବର୍ଷ ଏପ୍ରିଲରେ ବିବାହ କରିଥିଲେ। ସେ ତାଙ୍କ ବିବାହର ଭିଡିଓକୁ ୟୁଟ୍ୟୁବରେ ମଧ୍ୟ ଶେୟାର କରିଥିଲେ। ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/v48MsPQ
Reviewed by SUBHENDU BARAL
on
July 17, 2022
Rating:
No comments: