
କନକ ବ୍ୟୁରୋ : ଆଜିଠୁୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏହି ଅଧିବେସନରେ ୩୨ ବିଲ ଆଗତ ହେବାର ଅଛି । ବିବାଦୀୟ ଅଗ୍ମୀପଥ ଯୋଜନା, ମୁଦ୍ରାସ୍ଫୀତି, ଜିଏସଟି, ବେରୋଜଗାରୀ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ଅପବ୍ୟବହାରକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଛନ୍ତି ।
ସରକାର ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବାକୁ ରାଜି ଥିବା କହୁଥିବା ବେଳେ ବିରୋଧୀ କହିଛନ୍ତି ୩୨ ଟି ବିଲ ଉପରେ ଏତେ କମ ସମୟରେ ଆଲୋଚନା କରିବା ସମ୍ଭବପର ନୁହେଁ । ଏହି ଅଧିବେଶନରେ ୧୮ଟି ଅଧିବେଶନ ବସିବ । ତେବେ ଅଗଷ୍ଟ ୧୨ରେ ଅଧିବେଶନ ଶେଷ ହେବାର ଅଛି । ଏହି ଅଧିବେଶନ ମଧ୍ୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଅଧିବେଶନ ପାଇଁ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
The post ଆଜିଠୁୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ : ୩୨ ବିଲ ଆଗତ ହେବା ନେଇ ସୂଚନା first appeared on Kanak News.
from Kanak News https://ift.tt/uL7bmtD https://ift.tt/PaWcf0F
No comments: