ଭାଇର ମା’ ହେବେ ମହିଳା; କହିଲେ ଏହା ପରୋପକାର Pramod Behera

ମା’ ହେବା ଦୁନିଆର ସବୁଠୁ ବଡ ସୁଖ। ଜଣେ ମହିଳା ମା’ ହେବା ପରେ ହିଁ ନିଜକୁ ସମ୍ପୂର୍ଣ୍ଣ ଅନୁଭବ କରେ। କିନ୍ତୁ ଦୁନିଆରେ ଏପରି ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ପିଲାମାନଙ୍କର ସୁଖ ପାଇବାକୁ ସକ୍ଷମ ହୁଅନ୍ତି ନାହିଁ। ସେମାନଙ୍କ ପାଇଁ ବେଳେବେଳେ ଗର୍ଭଧାରଣ ସମ୍ଭବ ହୁଏ ନାହିଁ। କିନ୍ତୁ ଡାକ୍ତରୀ ବିଜ୍ଞାନର ବିକାଶ ଏସବୁର ସମାଧାନ କରିଛି। ବିଜ୍ଞାନର ଏହି ଦାନକୁ 'ସରୋଗେସୀ' କୁହାଯାଏ।

ଇନ୍‌ଷ୍ଟାଗ୍ରାମ୍‌ରେ, କାନାଡାରେ ରହୁଥିବା ଜଣେ ଫିଟ୍‌ନେସ୍ ଇନଫ୍ଲୁଏନ୍ସର କାୟଲି କହିଛନ୍ତି ଯେ ସେ ତାଙ୍କର ସମ୍ପର୍କୀୟ ଭାଇଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କିନ୍ତୁ ସେ ଏନେଇ ଖୁବ୍ ଖୁସି ଥିବା କହିଛନ୍ତି।

ଲୋକମାନେ ଏହାକୁ ନେଇ ତାଙ୍କୁ ଭଲ ମନ୍ଦ ପ୍ରତିକ୍ରିୟା ଦେଇଛନ୍ତି। ଏପରିକି ଟଙ୍କା ଲୋଭରେ ସେ ଏପରି କରିଥିବା ଲୋକେ କହୁଛନ୍ତି। କିନ୍ତୁ କାୟଲିଙ୍କ ପ୍ରତି ଏହା କୌଣସି ଫରକ ପକଉ ନାହିଁ। କାୟଲି ଏହାକୁ ପରୋପକାର ବୋଲି କହିଛନ୍ତି। ସେ ତାଙ୍କ ସମ୍ପର୍କୀୟ ଭାଇକୁ ନିଜ ଗର୍ଭରେ ସ୍ଥାନ ଦେଇ ସେ ପରିବାରରେ ସୁଖ ଆଣିବାର ଏକ କାରଣ ପାଲଟି ଯାଇଛନ୍ତି।

ଦେଖିବାକୁ ଗଲେ କାୟଲିଙ୍କ ଦାଦା-ଖୁଡି ବହୁ ବର୍ଷର ଚେଷ୍ଟା ପରେ ମଧ୍ୟ ସନ୍ତାନ ସୁଖରୁ ବଞ୍ଚିତ ଥିଲେ। ଯାହାକୁ ନେଇ ସେମାନେ ସବୁବେଳେ ଦୁଃଖି ଥିଲେ। କିନ୍ତୁ କାୟଲି ଏବେ ତିନି ସନ୍ତାନର ମା’। ସେ ସନ୍ତାନ ଆଶାରେ ଥିବା ଦାଦା-ଖୁଡିଙ୍କୁ ଦୁଃଖି ଦେଖି ସେ ଅତ୍ୟନ୍ତ ମର୍ମାହତ ଥିଲେ। ତେଣୁ ସେମାନଙ୍କ ଦୁଃଖ ଦୂର କରି ତାଙ୍କ କୋଳରେ ପିଲା ଦେବା ନେଇ କାୟଲି ତାଙ୍କୁ ସରୋଗେସୀ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ପରିବାର ପ୍ରଥମେ ଦ୍ୱନ୍ଦ୍ୱରେ ଥିଲେ, କିନ୍ତୁ ପରେ ରାଜି ହୋଇଥିଲେ।

ଏହିପରି ଭାବରେ, କାୟଲି ତାଙ୍କ ଦାଦା-ଖୁଡିଙ୍କ ସନ୍ତାନର ସରୋଗେଟ୍ ମା ହୋଇ ଏବେ ଏକ ସମ୍ପର୍କୀୟ ଭାଇକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ଏଭଳି ଏକ ନିଷ୍ପତ୍ତି ନେବା ପଛର କାରଣ ଭାବରେ କାୟଲି ନିଜର ଦୁଃଖଦ ଅନୁଭୂତିକୁ ଶେୟାର କରିଛନ୍ତି।

୨୦୧୬ରେ କାୟଲି ତାଙ୍କର ଏକ ପିଲାକୁ ହରାଇଥିଲେ। ଏହି ଦୁଃଖ ତାଙ୍କୁ ବର୍ଷ ବର୍ଷ ଧରି ଯନ୍ତ୍ରଣା ଦେଇଥିଲା। ଏହା ପରେ ସେ ପ୍ରତ୍ୟେକ ମହିଳାଙ୍କ ପିଲାକୁ ନେଇ ପ୍ରେମ ଓ ଭଲପାଇବା ଅନୁଭବ କଲେ। ସେ ସନ୍ତାନ ନ ଥିବା ଜଣେ ମା’ର ଯନ୍ତ୍ରଣାକୁ ବୁଝିପାରିଲେ। ତେଣୁ ସେ ଦାଦା-ଖୁଡିଙ୍କ ବାକି ଜୀବନରେ ସୁଖ ଆଣିବାର ଏକ ମାଧ୍ୟମ ହେବାକୁ ସ୍ଥିର କଲେ।

ସୋସିଆଲ ମିଡିଆରେ ଯେତେବେଳେ ଅନେକ ଲୋକ ତାଙ୍କୁ ଟଙ୍କା ଲୋଭରେ ଏପରି କରିଥିବା କହିଥିଲେ, କାୟଲି ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଯେ ଟଙ୍କାନେଇ ସରୋଗେସୀ ମା’ ହେବା ତାଙ୍କର ସେଠି ଅପରାଧ ଅଟେ। ଚିକିତ୍ସା ଖର୍ଚ୍ଚ ବ୍ୟତୀତ, କୌଣସି ମା’ ଆଉ କିଛି ନିଅନ୍ତି ନାହିଁ। ସେ ଏହାକୁ ପରୋପକାର ଆଧାରରେ କରନ୍ତି। କିନ୍ତୁ ଏହା ସତ୍ୟ ଯେ କେତେକ କ୍ଷେତ୍ରରେ ଅଭାବୀ ମହିଳାମାନେ ଏପରି କରନ୍ତି। କିନ୍ତୁ ସେ ନିଜ ପରିବାର ସହିତ କିଛି ଭୁଲ କରୁ ନାହାଁନ୍ତି ବୋଲି କହିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/mjwDEe2
ଭାଇର ମା’ ହେବେ ମହିଳା; କହିଲେ ଏହା ପରୋପକାର Pramod Behera ଭାଇର ମା’ ହେବେ ମହିଳା; କହିଲେ ଏହା ପରୋପକାର Pramod Behera Reviewed by SUBHENDU BARAL on July 16, 2022 Rating: 5

No comments:

Powered by Blogger.