ଗୋଟିଏ ସିଙ୍ଗେଡା ଖାଇଦେଲେ ୫୧ ହଜାର ଟଙ୍କା ପୁରସ୍କାର Pramod Behera

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ଦେଖିବାକୁ ମିଳେ। କିଛି ମଜାଳିଆ ହୋଇଥିବା ବେଳେ ଆଉ କିଛି ଭାବପ୍ରବଣ ହୋଇଥାଏ। ଏବେ ବାହୁବଳୀ ସିଙ୍ଗେଡା ଇଣ୍ଟରନେଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିଛି। ମେରଠର କୌଶଲ ସୁଇଟ୍ସ ଏହି ବାହୁବଳୀ ସିଙ୍ଗେଡା ତିଆରି କରି ପରିବେଷଣ କରିଛନ୍ତି। ଏହାର ଓଜନ ୮ କିଲୋଗ୍ରାମ।

ଏହି ସିଙ୍ଗେଡାର ଫଟୋ ଏବେ ଲୋକଙ୍କ ଟାଇମଲାଇନରେ ଖୁବ୍ ସ୍ଥାନ ତିଆରି କରିଛି। ଏହି ସିଙ୍ଗେଡାକୁ ନେଇ ଅନେକ ନ୍ୟୁଜ୍ ଚ୍ୟାନେଲରେ ଦେଖାଯାଇଛି। ଏବେ ଏହା ଅନେକ ଫୁଡ୍ ବ୍ଲଗର୍ ତାଲିକାରେ ମଧ୍ୟ ଯୋଡି ହୋଇଯାଇଛି।

ଯେବେଠାରୁ ଲକ୍‌ଡାଉନ୍ ଲାଗୁ ହୋଇଥିଲା, ସେବେଠାରୁ ସୋସିଆଲ୍ ମିଡିଆରେ ଅନେକ ଖାଦ୍ୟ ସମ୍ବନ୍ଧୀୟ ଭିଡିଓ ଦେଖିବାକୁ ମିଳୁଛି। ପୂର୍ବରୁ ଲୋକମାନେ ଘରେ ରେଷ୍ଟୁରାଣ୍ଟ ଶୈଳୀ ରାନ୍ଧିବା ଶିଖିଥିଲେ। ଲକ୍‌ଡାଉନ୍ ଖୋଲିଲା ପରେ ଫୁଡ୍ ବ୍ଲଗରମାନେ ଭାରତର ଗଳି କନ୍ଦି ଯାଇ ଲୁଚି ରହିଥିବା ସ୍ୱାଦକୁ ଲୋକଙ୍କ ପାଟିରେ ଚଖେଇବା ଆରମ୍ଭ କଲେ।

ଏହା ସହିତ ଏମିତି ଅନେକ ଡିସ୍ ମଧ୍ୟ ଶେୟାର୍ କରାଗଲା ଯାହାକୁ ଲୋକେ ଖୁବ୍‌ ପସନ୍ଦ କଲେ। ଆଜିକାଲି ଫୁଡ୍ ବ୍ଲଗର୍ସଙ୍କ ପ୍ରଥମ ପସନ୍ଦ ମେରଠ ହୋଇଯାଇଛି, ଯେଉଁଠାରେ ବାହୁବଳୀ ସିଙ୍ଗେଡା ଚର୍ଚ୍ଚାରେ ରହିଛି।

ନ୍ୟୁଜ୍ ଚ୍ୟାନେଲ୍‌ରେ ଏହି ଖବର ପ୍ରସାରଣ ପରେ ଅନେକ ଫୁଡ୍ ବ୍ଲଗର୍ ମଧ୍ୟ କୌଶଲ ସୁଇଟ୍ସରେ ପହଞ୍ଚିଥିଲେ। ଏଠାରେ ସିଙ୍ଗେଡାର ସ୍ୱାଦ ନେବା ସହ ଏହାର ଭିଡିଓ କରି ଶେୟାର କଲେ। ଫୁଡ୍ ବ୍ଲଗର୍ ଚାହତ ଆନନ୍ଦ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ।

ଚାହତ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ସିଙ୍ଗେଡା ଖାଉଥିବା ଏକ ଭିଡିଓ ଶେୟାର କରିଛନ୍ତି। ଏହା ଦେଖିଲେ ଜଣାଯାଏ ଯେ ଏହି ସିଙ୍ଗେଡା ଚାହତଙ୍କ ଠାରୁ ବି ମୋଟା। ଟେବୁଲରେ ରଖାଯାଇଥିବା ସିଙ୍ଗେଡାର ମୋଟେଇ ଚାହତଙ୍କ ଠାରୁ ବି ଅଧିକ। ଏହାକୁ ହାତରେ ଭାଙ୍ଗିବା ପରିବର୍ତ୍ତେ ଚାହତଙ୍କୁ ଛୁରୀରେ କାଟିବାକୁ ପଡିଲା।

ଏବେ କୌଶଲ ସୁଇଟ୍ସର ଏହି ବାହୁବଳୀ ସିଙ୍ଗେଡା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ଖାଇବା ପାଇଁ ଦୋକାନ ମଧ୍ୟ ଏକ ଚ୍ୟାଲେଞ୍ଜ୍‌ ନେଇଛି। ଯଦି କେହି ଏହି ସିଙ୍ଗେଡାକୁ ଅଧ ଘଣ୍ଟାରେ ଖାଇ ଶେଷ କରିଦିଏ, ତେବେ ତାଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ଦିଆଯିବ।

ଏହି ଚାଲେଞ୍ଜ୍‌କୁ ଗ୍ରହଣ କରି ଅନେକ ଲୋକ ସୋସିଆଲ ମିଡିଆରେ ଆସିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଏହି ଚାଲେଞ୍ଜ୍‌କୁ କେହି ବି ପୂରା କରିବାକୁ ସକ୍ଷମ ହୋଇ ନାହାଁନ୍ତି। ତେବେ ଏହି ସିଙ୍ଗେଡା ଏତେ ଆକର୍ଷଣ କରୁଛି ଯେ ଅନେକ ଲୋକ ଫଟୋ ଉଠାଇବା ଏବଂ ଏହାର ଭିଡିଓ କରିବା ପାଇଁ ସେଠାରେ ପହଞ୍ଚୁଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/lCtLH0P
ଗୋଟିଏ ସିଙ୍ଗେଡା ଖାଇଦେଲେ ୫୧ ହଜାର ଟଙ୍କା ପୁରସ୍କାର Pramod Behera ଗୋଟିଏ ସିଙ୍ଗେଡା ଖାଇଦେଲେ ୫୧ ହଜାର ଟଙ୍କା ପୁରସ୍କାର Pramod Behera Reviewed by SUBHENDU BARAL on July 16, 2022 Rating: 5

No comments:

Powered by Blogger.