ମହାରାଷ୍ଟ୍ର ବିଧାନସଭାରେ ଆଜିଠୁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ସିନ୍ଦେ ସରକାର Kanak News

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ସିନ୍ଦେ ସରକାର । ବିଧାନସଭାରେ ଶିବସେନା ନେତା ଉଦ୍ଧବ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶକ୍ତି ପରୀକ୍ଷା ହେବ । କାରଣ ଆଜି ବାଚସ୍ପତି ନିର୍ବାଚନ ଅଛି । ବିଜେପି ବିଧାୟକ ରାହୁଲ ନର୍ବେକର ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଏମଭିଏ ପ୍ରାର୍ଥୀ ଭାବେ ଶିବସେନାର ରାଜନ ସାଲଭି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନର୍ବେକର କୋଲାବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।
ଅନ୍ୟପଟେ ସାଲଭି ରତ୍ନଗିରି ଜିଲ୍ଲାର ରାଜାପୁର ବିଧାୟକ । ଗତବର୍ଷ ଫେବ୍ରୁଆରୀରେ କଂଗ୍ରେସର ନାନା ପାଟୋଲେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ବାଚସ୍ପତି ପଦ ଖାଲି ପଡ଼ିଛି । ଆଜି ବାଚସ୍ପତି ନିର୍ବାଚନ ହେଉଥିବା ବେଳେ ଆସନ୍ତାକାଲି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ସିନ୍ଦେ ସରକାର । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଅତି ସହଜରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଓ ବାଚସ୍ପତି ନିର୍ବାଚନ ମଧ୍ୟ ଜିତିବେ । ଏହାରି ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ଶିବସେନାର ବିଦ୍ରୋହୀ ବିଧାୟକ ଓ ସ୍ୱାଧୀନ ବିଧାୟକମାନେ ଗୋଆରୁ ଆସି ମୁମ୍ବାଇରେ ପହଂଚିଛନ୍ତି । ସିନ୍ଦେଙ୍କ ନେତୃତ୍ୱାଧୀନ ବିଧାୟକମାନେ ଜୁନ୍ ୨୯ରୁ ଗୋଆର ଏକ ଷ୍ଟାର ହୋଟେଲରେ ରହିଥିଲେ । ଗତକାଲି ଏମାନେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସହ ଏକ ଚାର୍ଟଡ୍ ବିମାନ ଯୋଗେ ମୁମ୍ବାଇରେ ପହଂଚିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ସମର୍ଥକମାନେ ବିମାନ ବନ୍ଦର ବାହାରେ ରୁଣ୍ଡ ହୋଇଥିଲେ ।

The post ମହାରାଷ୍ଟ୍ର ବିଧାନସଭାରେ ଆଜିଠୁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ସିନ୍ଦେ ସରକାର first appeared on Kanak News.



from Kanak News https://ift.tt/2RQ5zxp https://ift.tt/8D1GAwa
ମହାରାଷ୍ଟ୍ର ବିଧାନସଭାରେ ଆଜିଠୁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ସିନ୍ଦେ ସରକାର Kanak News ମହାରାଷ୍ଟ୍ର ବିଧାନସଭାରେ ଆଜିଠୁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ । ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବେ ସିନ୍ଦେ ସରକାର Kanak News Reviewed by SUBHENDU BARAL on July 02, 2022 Rating: 5

No comments:

Powered by Blogger.