ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଆଗରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲାଭାରି Kanak News

କନକ ବ୍ୟୁରୋ : ଆଜି ଜଣାପଡିବ କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା କିଏ ରାଇସିନା ହିଲରେ ବସିବେ ତାର ଫଳାଫଳ ଆଜି ଆସିବ । ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଦିନ ୧୧ଟାରୁ ଭୋଟ ଗଣତି ଆରମ୍ଭ ହେବ । ଗଣତି ପରେ ସ୍ପଷ୍ଟ ହୋଇଯିବ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ।

ଭୋଟ ଗଣତି ହୋଇନଥିଲେ ବି ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ତଥା ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ରାଇସିନା ହିଲରେ ବସିବା ଏକ ପ୍ରକାର ଥୟ । ପ୍ରଥମ ଓଡିଆ ତଥା ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ଦେଶର ରାଷ୍ଟ୍ରପତି ହେବ । ଆସନ୍ତା ୨୫ତାରିଖରେ ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଗତ ୧୮ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଦେଶର ୪ ହଜାର ୭୯୭ ଅଧିକ ବିଧାୟକ ଓ ସାଂସଦ ମତଦାନରେ ସାମିଲ ହୋଇଥିଲେ ।

ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜୟ ଉତ୍ସବ ପାଳନ ପାଇଁ ମୟୂରଭଞ୍ଜର ରାଇରଂଗପୁର ସହରର ଉତ୍ସବ ମୁଖର ହୋଇ ଉଠିଛି । ଆଗୁଆ ମିଠେଇ ପ୍ରସ୍ତୁତ କରାଯାଇଛି । ରାଇରଂଗପୁର ରଂଗଲାଲ ଧର୍ମଶାଳାରେ ୨୦ହଜାର ଲଡୁ ପ୍ରସ୍ତୁତି କରାଯାଇଛି । ଫଳାଫଳ ଆସିବା ପରେ ଏହି ଲଡୁ ବଂଟାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

ରାଷ୍ଟ୍ରପତି ନିର୍ବାଚନ: କେମିତି ହୁଏ ଭୋଟ୍ ଗଣତି ?

– ବାଲଟ ବକ୍ସ ବା ‘ମିଷ୍ଟର ବାଲଟ ବକ୍ସ’ ସଂସଦ ଭବନରେ ରହିଛି
– ସମସ୍ତ ରାଜ୍ୟର ବିଧାନସଭାରୁ ଯାଇଛି ‘ମିଷ୍ଟର ବାଲଟ ବକ୍ସ’
– ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗଣତି ହେବ
– ରାଜ୍ୟସଭା ସଚିବ ପିସି ମୋଡି ଭୋଟ୍ ଗଣତିର ପରିଚାଳନା କରିବେ
– ପ୍ରଥମେ ସାଂସଦଙ୍କ ଭୋଟ୍ ଗଣତି ହେବ
– ସାଂସଦଙ୍କ ପରେ ବିଧାୟକଙ୍କ ଭୋଟ୍ ଗଣତି ହେବ
– ଇଂରାଜୀ ବର୍ଣ୍ଣମାଳାର କ୍ରମ ଅନୁସାରେ ରାଜ୍ୟଗୁଡିକର ହେବ ଗଣତି
– ମୋଟ୍ ୪ ହଜାର ୮୦୯ ଜଣ ଭୋଟ୍ ଦେଇଛନ୍ତି
– ୭୭୬ ସାଂସଦ ଏବଂ ୪ ହଜାର ୩୩ ବିଧାୟକ ଭୋଟ୍ ଦେଇଛନ୍ତି
– ୯୯ ପ୍ରତିଶତ ମତଦାନ ହୋଇଛି
– ୮ ସାଂସଦ ଭୋଟ୍ ଦେଇ ନାହାନ୍ତି
– ୨୦୧୭ରେ ରାମନାଥ କୋବିନ୍ଦ ୭ ଲକ୍ଷ ୨ ହଜାର ୪୪ ମୂଲ୍ୟର ଭୋଟ୍ ପାଇଥିଲେ
– ମୀରା କୁମାର ୩ ଲକ୍ଷ ୬୭ ହଜାର ୩୨୪ ମୂଲ୍ୟର ଭୋଟ୍ ପାଇଥିଲେ

The post ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଆଗରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲାଭାରି first appeared on Kanak News.



from Kanak News https://ift.tt/xLHJp1C https://ift.tt/Afhbu3G
ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଆଗରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲାଭାରି Kanak News ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଆଗରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲାଭାରି Kanak News Reviewed by SUBHENDU BARAL on July 20, 2022 Rating: 5

No comments:

Powered by Blogger.