ମୁନ୍ନାଭାଇ ଏମବିମିଏସ୍ ଫିଲ୍ମ ଶୈଳୀରେ ଚାଲିଛି ନିଟ୍ ପରୀକ୍ଷା : ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଛନ୍ତି ଏକ୍ସପର୍ଟ Kanak News

କନକ ବ୍ୟୁରୋ : ମୁନ୍ନାଭାଇ ଏମବିମିଏସ୍ ଶୈଳୀରେ ଚାଲିଛି ନିଟ୍ ପରୀକ୍ଷା । ମେଡିକାଲ ସିଟ୍ ପାଇଁ ୨୦ ଲକ୍ଷ ଟଙ୍କା ନେଇ ସିଟ୍ ଯୋଗାଇ ଦେଉଥିବା ରାକେଟ୍ ସକ୍ରିୟ ରହିଛି । ନିଟ୍ ପରୀକ୍ଷାରେ ଏଭଳି ରାକେଟକୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ପର୍ଦାଫାଶ କରିଛି । ଏନେଇ ସିବିଆଇ ଏକ ମାମଲା ରୁଜୁ କରିବା ସହ ୮ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶ, ବିହାରୟ, ମହାରାଷ୍ଟ୍ର ଏବଂ ହରିଆଣାରେ ଏଭଳି ରାକେଟ୍ ସକ୍ରିୟ ରହିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ଅନ୍ୟ ରାଜ୍ୟଗୁଡିକରେ ମଧ୍ୟରେ ଏଭଳି ରାକେଟ ଚାଲୁଥିବା ସିବିଆଇ ସନ୍ଦେହ କରୁଛି । ରାକେଟ୍ ଚଳାଉଥିବା ଗୋଷ୍ଠୀଙ୍କ ପକ୍ଷରୁ ଏକ୍ସପର୍ଟମାନେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଥିବା ଜଣାପଡିଛି । ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଉଥିବା ଏକ୍ସପର୍ଟମାନେ ଉତ୍ତର ଲେଖି ୫ ଲକ୍ଷ ଟଙ୍କା ନେଉଥିବା ବେଳେ ବାକି ୧୫ ଲକ୍ଷ ଟଙ୍କା ରାକେଟ୍ ଚଳାଉଥିବା ଦଲାଲମାନେ ନେଉଥିବା ସିବିଆଇ ଜାଣିବାକୁ ପାଇଛି । ଏହି ମାମଲାରେ ଅଧିକ ଅନୁସନ୍ଧାନ ପାଇଁ ସିବିଆଇ ଛାତ୍ରଛାତ୍ରୀମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

The post ମୁନ୍ନାଭାଇ ଏମବିମିଏସ୍ ଫିଲ୍ମ ଶୈଳୀରେ ଚାଲିଛି ନିଟ୍ ପରୀକ୍ଷା : ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଛନ୍ତି ଏକ୍ସପର୍ଟ first appeared on Kanak News.



from Kanak News https://ift.tt/f5FzHkG https://ift.tt/OMUSqZD
ମୁନ୍ନାଭାଇ ଏମବିମିଏସ୍ ଫିଲ୍ମ ଶୈଳୀରେ ଚାଲିଛି ନିଟ୍ ପରୀକ୍ଷା : ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଛନ୍ତି ଏକ୍ସପର୍ଟ Kanak News ମୁନ୍ନାଭାଇ ଏମବିମିଏସ୍ ଫିଲ୍ମ ଶୈଳୀରେ ଚାଲିଛି ନିଟ୍ ପରୀକ୍ଷା : ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ହଲରେ ବସି ପରୀକ୍ଷା ଦେଉଛନ୍ତି ଏକ୍ସପର୍ଟ Kanak News Reviewed by SUBHENDU BARAL on July 19, 2022 Rating: 5

No comments:

Powered by Blogger.