ଡାକ୍ତରଙ୍କ ହାତରେ ଇଞ୍ଜେକ୍‌ସନ୍‌ ଦେଖି ଭୋ ଭୋ ହୋଇ କାନ୍ଦିଲେ ପୋଲିସ୍ Pramod Behera

ସେ ପିଲା ହୁଅନ୍ତୁ କି ବୃଦ୍ଧ ଭୟ ସମସ୍ତଙ୍କ ଠାରେ ରହିଛି। ଆପଣ ଅନେକ ସମୟରେ ଛୋଟ ପିଲାମାନଙ୍କୁ ଇଞ୍ଜେକ୍ସନକୁ ଭୟ କରୁଥିବା ଦେଖିଥିବେ। ଏହିପରି ଅନେକ ଭିଡିଓ ଇଣ୍ଟରନେଟରେ ମଧ୍ୟ ଦେଖାଯାଏ, ଯେଉଁଥିରେ ପିଲାମାନେ ଇଞ୍ଜେକ୍ସନ ନାମରେ ଭୟଭୀତ ହୋଇ ଥରି ଥତି କାନ୍ଦନ୍ତି। କିନ୍ତୁ ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଭିନ୍ନ କିଛି ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡିଓ ଏକ ପୋଲିସ୍ ଟ୍ରେନିଂ କ୍ୟାମ୍ପ୍‌ର ବୋଲି ଜଣାପଡୁଛି। ଏଠାରେ ଦେଖିବାକୁ ମିଳୁଛି ଯେ ଜଣେ ହେଡ୍‌ କନଷ୍ଟେବଳ ଡାକ୍ତରଙ୍କ ହାତରେ ଛୁଞ୍ଚି ଦେଖି କିପରି ଭୟଭୀତ ହୋଇ ଛୁଆଙ୍କ ପରି କାନ୍ଦୁଛନ୍ତି। ଏହି ଭିଡିଟିକୁ ଦେଖିବା ପରେ ଆପଣ ବି ହସି ହସି ପେଟ ଦରଜ ହେଇଯିବ।

ଇଣ୍ଟର୍‌ନେଟ୍‌ରେ ଦିନକୁ ଦିନ ଭାଇରାଲ୍‌ ହେବାରେ ଲାଗିଥିବା ଏହି ଭିଡିଓ ଉତ୍ତରପ୍ରଦେଶର ଉନ୍ନାଓର ବୋଲି ଜଣାପଡୁଛି ଯେଉଁଠାରେ ଜଣେ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ତାଲିମ ପାଇଁ ସୈନିକମାନଙ୍କ ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଥିଲା। ଯେତେବେଳେ ତାଙ୍କ ପାଳି ଆସିଲା ଯେତେବେଳେ ଜଣେ ପୋଲିସ ଡାକ୍ତରଙ୍କ ହାତରେ ଇଞ୍ଜେକ୍ସନ ଦେଖି ଭୟଭୀତ ହୋଇ ଛୋଟଙ୍କ ପିଲା ପରି କାନ୍ଦିବାକୁ ଲାଗିଲେ। ଏହି ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ହେଡ୍‌ କନଷ୍ଟେବଳଙ୍କୁ ରକ୍ତ ପରୀକ୍ଷା ପାଇଁ ନମୁନା ଦେବାକୁ ପଡିଲା। କିନ୍ତୁ ଏହାପୂର୍ବରୁ ଡାକ୍ତରଙ୍କ ହାତରେ ଇଞ୍ଜେକ୍ସନ ଛୁଞ୍ଚି ଦେଖିବା ପରେ ହେଡ କନଷ୍ଟେବଳ ଏମିତି ଡରିଗଲେ ଯେ ତାଙ୍କ ଦେହରୁ ଝାଳ ବୋହି ପଡିଲା। ପ୍ରଥମେ ତାଙ୍କୁ ଛାଡିଦେବା ପାଇଁ ସେ ଡାକ୍ତରଙ୍କ ନିକଟରେ ପ୍ରାର୍ଥନା କରିବା ଆରମ୍ଭ କଲେ, କିନ୍ତୁ ନମୁନା ନେବା ପାଇଁ ଡାକ୍ତର ଛୁଞ୍ଚିକୁ ତାଙ୍କ ବାହୁ ଆଡକୁ ଦେଖାଇବା ମାତ୍ରେ ସେ ଛୋଟ ପିଲା ପରି କାନ୍ଦିବାକୁ ଲାଗିଲେ।

 
 
 
 
 
 
 
 
 
 
 
 
 
 
 

A post shared by GiDDa CoMpAnY (@giedde)

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ ଶେୟାର କରାଯାଇଛି। ଭିଡିଓ ଶେୟାର କରିବାବେଳେ କ୍ୟାପସନରେ ଲେଖାଯାଇଛି, 'ୟୁପି ପୋଲିସର ଦରୋଗା ରକ୍ତ ପରୀକ୍ଷା ପାଇଁ ନମୁନା ଦେଉଛନ୍ତି।'



from Latest Odisha News, Breaking News Today | Top Updates on Corona - OTV News https://ift.tt/XoQAc8k
ଡାକ୍ତରଙ୍କ ହାତରେ ଇଞ୍ଜେକ୍‌ସନ୍‌ ଦେଖି ଭୋ ଭୋ ହୋଇ କାନ୍ଦିଲେ ପୋଲିସ୍ Pramod Behera ଡାକ୍ତରଙ୍କ ହାତରେ ଇଞ୍ଜେକ୍‌ସନ୍‌ ଦେଖି ଭୋ ଭୋ ହୋଇ କାନ୍ଦିଲେ ପୋଲିସ୍ Pramod Behera Reviewed by SUBHENDU BARAL on July 19, 2022 Rating: 5

No comments:

Powered by Blogger.