ସୁପ୍ରିମକୋର୍ଟଙ୍କ ରାୟ ପରେ ଆନନ୍ଦିତ ଶ୍ରୀମନ୍ଦିର ସେବାୟତ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ଖଣ୍ଡୁଆ ପାଟ ଦେଇ କଲେ ସମ୍ବର୍ଦ୍ଧିତ Kanak News

କନକ ବ୍ୟୁରୋ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଆନନ୍ଦିତ ହୋଇଛନ୍ତି ଶ୍ରୀମନ୍ଦିର ସେବାୟତ । ଆଗାମୀ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ସାଧୁବାଦ ଜଣାଇଛନ୍ତି ।

ଏହି ଅବସରରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହ ଆଗାମୀ ଦିନରେ ରଥଯାତ୍ରା ହେବାକୁ ଯାଉଥିବାରୁ କିପରି ସୁରୁଖୁରୁରେ ରଥଯାତ୍ରା ଶେଷ ହେବ ସେନେଇ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରିବା ନେଇ ମଧ୍ୟ ଆଲୋଚନା ହୋଇଛି । ଆଲୋଚନା ବେଳେ ଫାଇଭ୍-ଟି ସଚିବ ଭେ. କେ ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ ।

The post ସୁପ୍ରିମକୋର୍ଟଙ୍କ ରାୟ ପରେ ଆନନ୍ଦିତ ଶ୍ରୀମନ୍ଦିର ସେବାୟତ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ଖଣ୍ଡୁଆ ପାଟ ଦେଇ କଲେ ସମ୍ବର୍ଦ୍ଧିତ first appeared on Kanak News.



from Kanak News https://ift.tt/Ctd2KyW https://ift.tt/q9JxHKk
ସୁପ୍ରିମକୋର୍ଟଙ୍କ ରାୟ ପରେ ଆନନ୍ଦିତ ଶ୍ରୀମନ୍ଦିର ସେବାୟତ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ଖଣ୍ଡୁଆ ପାଟ ଦେଇ କଲେ ସମ୍ବର୍ଦ୍ଧିତ Kanak News ସୁପ୍ରିମକୋର୍ଟଙ୍କ ରାୟ ପରେ ଆନନ୍ଦିତ ଶ୍ରୀମନ୍ଦିର ସେବାୟତ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ, ଖଣ୍ଡୁଆ ପାଟ ଦେଇ କଲେ ସମ୍ବର୍ଦ୍ଧିତ Kanak News Reviewed by SUBHENDU BARAL on June 03, 2022 Rating: 5

No comments:

Powered by Blogger.