୨୦୨୨ ସଂଗୀତ ଦୁନିଆ ପାଇଁ ଝଡ; ଚାଲିଯାଇଛନ୍ତି ୭ ତାରକା Pramod Behera

୨୦୨୧ ମସିହାରେ, ଆମେ ବଲିଉଡରୁ ଟିଭି ପର୍ଯ୍ୟନ୍ତ ଗୋଟିଏ କିମ୍ବା ଦୁଇଟି ତାରକା ହରାଇ ନାହୁଁ, ଆମ ଗହଣରୁ ଅନେକ କଳାକାର ବିଦାୟ ନେଇଛନ୍ତି। ଯେତେବେଳେ ୨୦୨୨ ଆସିଲା, ଆଶା କରାଯାଉଥିଲା ଯେ ସବୁ ଠିକ୍ ହୋଇଯିବ, କିନ୍ତୁ ବର୍ଷର ମାତ୍ର ୫ ମାସ ଭିତରେ ଆମେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ୭ ମହାରଥିଙ୍କୁ ହରେଇଛୁ। ଲତା ମଙ୍ଗେଶକର, ବାପି ଲାହିରି ଠାରୁ ସିଦ୍ଧୁ ମୋଜ୍ ୱାଲା ଏବଂ କେ.କେ ସମସ୍ତେ ଗୋଟିଏ ପରେ ଗୋଟିଏ ବିଦାୟ ନେଇଛନ୍ତି।

କେ.କେ:

'ପ୍ୟାର୍ କେ ପଲ୍' ଓ 'ୟାରୋଁ' ପରି ଅନେକ ସୁପରହିଟ୍ ଗୀତ ଦେଇଥିବା କେ.କେଙ୍କର ହଠାତ୍ ବିଦାୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୫୩ ବର୍ଷ ବୟସରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ତାଙ୍କ ପ୍ରଶଂସକଙ୍କୁ ଢେର ସାରା ମନୋରଞ୍ଜନ କରିଥିଲେ। ମେ ୩୧ରେ ସେ ଦୁନିଆରୁ ବିଦାୟ ନେଇଛନ୍ତି।

ସିଦ୍ଧୁ ମୋସେ ୱାଲା:

କେ.କେ ମୃତ୍ୟୁର ଦୁଇ ଦିନ ପୂର୍ବରୁ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେ ୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପଞ୍ଜାବୀ ଗାୟକ ହେବା ସହିତ ସେ ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ। ସିଦ୍ଧୁ ମୁସେ ୱାଲାଙ୍କ ପ୍ରଶଂସକମାନେ କେବଳ ଦେଶରେ ନୁହଁନ୍ତି କାନାଡା, ବ୍ରିଟେନ୍‌ ଏବଂ ଆମେରିକାରେ ମଧ୍ୟ ଅଛନ୍ତି। ଯେଉଁମାନେ ତାଙ୍କ ମୃତ୍ୟୁରେ ଅତ୍ୟନ୍ତ ମର୍ମାହତ।

ଶିବକୁମାର ଶର୍ମା:

ସନ୍ତୁର ସଂଗୀତଜ୍ଞ ପଣ୍ଡିତ ଶିବକୁମାର ଶର୍ମାଙ୍କ ହୃଦଘାତ ହେତୁ ମେ ୧୦ରେ ମୁମ୍ବାଇରେ ଦେହାନ୍ତ ହୋଇଥିଲା। ସଙ୍ଗୀତ ଶିଳ୍ପରେ ୮୪ ବର୍ଷୀୟ ପଣ୍ଡିତ ଶିବକୁମାର ଶର୍ମା ଅନ୍ୟତମ ଥିଲେ। ସେ ଅନେକ ବରିଷ୍ଠ ଗାୟକଙ୍କ ସହ କାମ କରି ଅନେକ ହିଟ୍ ଗୀତ ମଧ୍ୟ ଦେଇଥିଲେ।

ତରସେମ୍ ସିଂହ ସୈନୀ:

'ନାଚେଙ୍ଗେ ସାରି ରାତ' ଫେମ୍ ତରସେମ୍ ସିଂହ ସୈନୀ ଏପ୍ରିଲ୍ ୨୯ରେ ଦୁନିଆକୁ ବାଏ ବାଏ କରିଛନ୍ତି। ସେ ଲଣ୍ଡନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଲୋକମାନେ ତାଙ୍କୁ ଷ୍ଟେରିଓ ନେସନ ଓ ତାଜ ନାମରେ ଜାଣିଥିଲେ।

ବାପି ଲାହିରି:

'ଡିସ୍କୋ କିଙ୍ଗ' ଭାବରେ ଜଣାଶୁଣା ବାପି ଲାହିରି ୧୫ ଫେବୃଆରୀରେ ୬୯ ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ ଦେଇଥିଲେ। ବାପି ଲାହିରି କେବଳ ହିନ୍ଦୀ ଚଳଚ୍ଚିତ୍ରରେ ନୁହେଁ ବରଂ ବଙ୍ଗାଳୀ, ତେଲୁଗୁ, ତାମିଲ, କନ୍ନଡ, ଗୁଜରାଟୀ ଗୀତରେ ମଧ୍ୟ କଣ୍ଠଦାନ ଦେଇଥିଲେ। ସେ ଅନେକ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା କରିଥିଲେ। ସାରା ବିଶ୍ୱରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କ ଗୀତ ଶୁଣି ତାଙ୍କୁ ମନେ ରଖିଛନ୍ତି।

ସନ୍ଧ୍ୟା ମୁଖାର୍ଜୀ:

ପ୍ଲେବ୍ୟାକ୍ ଗାୟକ ତଥା ଗୀତାରବାଦକ ସନ୍ଧ୍ୟା ମୁଖାର୍ଜୀଙ୍କ ମଧ୍ୟ ଫେବୃଆରୀ ୧୫ରେ ଦେହାନ୍ତ ହୋଇଛି। ଖୁବ କମ ବୟସରେ ଶାରୀରିକ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ହୋଇଥିଲା।

ଲତା ମଙ୍ଗେଶକର:

ସ୍ୱର କୋକିଳ ବା ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ଲତା ମଙ୍ଗେଶକର ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ସେ ଫେବୃଆରୀ ୬ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୪୦ ରୁ ୨୦୦୦ର ଦଶକ ମଧ୍ୟରେ ଲତା ମଙ୍ଗେଶକରଙ୍କ ଗୀତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଛୁଇଁଥିଲା ଏବଂ ସଙ୍ଗୀତ ଶିଳ୍ପରେ ତାଙ୍କର ଅବଦାନ ତାଙ୍କୁ 'ନାଇଟିଗେଲ୍‌ ଅଫ୍ ଇଣ୍ଡିଆ', 'କ୍ୱିନ୍ ଅଫ୍ ମେଲୋଡି' ଏବଂ 'ଦ ଭଏସ୍ ଅଫ୍‌ ଇଣ୍ତିଆ' ଭଳି ନାମରେ ପରିଚିତ କରେଇ ଦେଇଥିଲା।



from Latest Odisha News, Breaking News Today | Top Updates on Corona - OTV News https://ift.tt/3iZ24KE
୨୦୨୨ ସଂଗୀତ ଦୁନିଆ ପାଇଁ ଝଡ; ଚାଲିଯାଇଛନ୍ତି ୭ ତାରକା Pramod Behera ୨୦୨୨ ସଂଗୀତ ଦୁନିଆ ପାଇଁ ଝଡ; ଚାଲିଯାଇଛନ୍ତି ୭ ତାରକା Pramod Behera Reviewed by SUBHENDU BARAL on June 03, 2022 Rating: 5

No comments:

Powered by Blogger.