ଅନନ୍ତନାଗରେ ଏନକାଉଣ୍ଟର : ଜଣେ ଆତଙ୍କବାଦୀ ସଫା, ୩ ଯବାନ ଆହତ

ଶ୍ରୀନଗର, ୦୪|୦୬:  ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଗତିବିଧି ଲଗାତାର ବଢ଼ି ଚାଲିଛି । ଦକ୍ଷିଣ କଶ୍ମୀର ଅନନ୍ତନାଗର ଋଷିପୋରାରେ ଏନକାଉଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଆତଙ୍କବାଦୀଙ୍କ ଗୁଳିରେ ସେନାର ୩ ଜଣ ଯବାନଙ୍କ ସହ ମୋଟ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ, ଅନନ୍ତନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ । ତେବେ ଉଭୟ ପକ୍ଷର ଗୁଳିମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଯବାନ ଆହତ ହୋଇଛନ୍ତି ।

ସେମାନଙ୍କର ଅବସ୍ଥା ସ୍ଥିର ରହିଛି । ନିହତ ହୋଇଥିବା ଆତଙ୍କୀ ହେଉଛି ଆତଙ୍କବାଦୀ କମାଣ୍ଡର ଏଚଏମ ନିସାର ଖାଣ୍ଡେ । ତା’ଠାରୁ ବିପୁଳ ଅସ୍ତ୍ର ଓ ଗୁଳି-ବାରୁଦ ସମେତ ଏକେ-୪୭ ରାଇଫଲ ଜବତ ହୋଇଛି । ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।



from Prameya News7 https://ift.tt/ipoeAfX
ଅନନ୍ତନାଗରେ ଏନକାଉଣ୍ଟର : ଜଣେ ଆତଙ୍କବାଦୀ ସଫା, ୩ ଯବାନ ଆହତ ଅନନ୍ତନାଗରେ ଏନକାଉଣ୍ଟର : ଜଣେ ଆତଙ୍କବାଦୀ ସଫା, ୩ ଯବାନ ଆହତ Reviewed by SUBHENDU BARAL on June 03, 2022 Rating: 5

No comments:

Powered by Blogger.