ପାଟଣା,୧୯/୦୬: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପଡିଆପଶି ଛକରେ ଥିବା ଏକ ଦୋକାନର ଆଜବେଷ୍ଟସ ଭାଙ୍ଗି ଭିତରେ ପଶି ଚୋରି କରୁଥିବା ବେଳେ ଧରା ପଡିଗଲେ ୨ ଚୋର । ଦୁଇ ଚୋରଙ୍କୁ ଧରିଛନ୍ତି ଗ୍ରାମବାସୀ ଓ ପୋଲିସ । ତେବେ ଚୋରଙ୍କ ଛୁରା ମାଡ଼ରେ ତୁରୁମୁଙ୍ଗା ଥାନା ଏ.ଏସ.ଆଇ ବିଜୟ ଖଟୁଆ ଆହତ ହୋଇଛନ୍ତି।
ଦୁଇ ଚୋର ହେଲେ ଦୁଆଘାଟ ଗ୍ରାମର ସ୍ମୃତି ରଞ୍ଜନ ଭୂୟାଁ ଓ ସରୋଜ କୁମାର ରାଉତ । ଉଭୟ ଯୋଡାରେ ଏକ କମ୍ପାନୀର ସିକୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି। ତେବେ ସେମାନେ ଶୁକ୍ରବାର ରାତିରେ ଦୋକାନ ଭିତରେ ପଶି କବାଟକୁ ଭିତର ପଟୁ ବନ୍ଦ କରି ଚୋରି କରୁଥିଲେ । ଏହି ସମୟରେ ଗ୍ରାମବାସୀ ଓ ପୋଲିସ ଦ୍ୱାରା ଧରା ପଡିଯାଇଥିଲେ।ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
from Prameya News7 https://ift.tt/3cUBVHb
ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
Reviewed by SUBHENDU BARAL
on
June 18, 2021
Rating:

No comments: