ପାଣି ନେଉଛି ଜୀବନ। ଦୂଷିତ ପାଣି ପିଇ ଗତ ୧୦ ବର୍ଷରେ ୧୦୦ ଜଣଙ୍କ ମୃତ୍ୟୁ ହେଲାଣି। ଭୂତଳ ଜଳ ପିଇବା ଯୋଗୁଁ କଳାହାଣ୍ଡି ଜିଲ୍ଲା ଡୁମେର ଗୁଡା ଗାଁ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ବିଧାନସଭାରେ ଏକଥା ଉଠିବା ପରେ ୨ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ତେଲନଦୀରୁ ଓଭରହେଡ ଟାଙ୍କି ଜରିଆରେ ଗାଁକୁ ଜଳ ଯୋଗାଣ କରିବା ପାଇଁ ୨୦୧୮ ମସିହାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଏହା ଭିତରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟର ମାନ ଠିକ ନଥିବାରୁ ଗାଁର ଅଧେ ଲୋକ ପାଣି ପାଇବାରୁ ବଂଚିତ ହେଉଛନ୍ତି।
ପାନୀୟ ଜଳ ପ୍ରକଳ୍ପର ପାଇପଲାଇନଗୁଡିକ ଅନେକ ଯାଗାରେ ଫାଟିଯାଇଛି। ଏହା ସହିତ ଗାଁ ଭିତରକୁ ଯାଇଥିବା ପାଇପଲାଇନ ଠିକ ଭାବରେ ସଂଯୋଗ ହୋଇନାହିଁ। ପାଣି ସମସ୍ୟାର ସମାଧାନ ପାଇଁ ଡୁମେର ଗୁଡା ଗାଁ ଲୋକେ ଅନେକ ଥର ଆରଡବ୍ୟୁଏସଏସ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।
ଶେଷରେ ଅସନ୍ତୁଷ୍ଟ ଗ୍ରାମବାସୀ ଏକତ୍ରିତ ହୋଇ ଧର୍ମଗଡ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସମସ୍ୟା ବିଷୟରେ ଅବଗତ କରିଥିଲେ। ଘଟଣାର ଗମ୍ଭିରତାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ଭିତରେ ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।
କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ ଇଙ୍ଗିତ କୁମାର ପଣ୍ଡାଙ୍କ ରିପୋର୍ଟ
from Latest Odisha News, Breaking News Today | Top Updates on Corona - OTV News https://ift.tt/9DyorO7
No comments: