ଉତ୍ତର ପଶ୍ଚିମ ଦିଗକୁ ଯାଉଛି ‘ଅସାନୀ’, ସମୁଦ୍ର ଭିତରେ ୧୦୦ କିମି ବେଗରେ ବହୁଛି ପବନ

ଭୁବନେଶ୍ୱର ୦୯/୦୫:  ଜଳରେ ବାତ୍ୟା, ସ୍ଥଳରେ ବର୍ଷା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନୀ’ ରବିବାର ସନ୍ଧ୍ୟାରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଏହା ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ସୋମବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ଆହୁରି ଭୟଙ୍କର ରୂପ ନେବାର ଆଶା କରାଯାଉଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ଯେ, ସମୁଦ୍ର ଭିତରେ ବାତ୍ୟାର ପ୍ରଭାବରେ ପବନ ପ୍ରାୟ ୧୦୦ କିମି ବେଗରେ ଅଗ୍ରସର ହେଉଥିବାରୁ ସମୁଦ୍ର ଅଶାନ୍ତ ରହୁଛି । ପୁରୀର ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ ବାତ୍ୟା ଅସାନୀ କେନ୍ଦ୍ରୀଭୂତ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟାର ପ୍ରକୃତ ପ୍ରଭାବ ୧୦ ତାରିଖ ସନ୍ଧ୍ୟା ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । କିନ୍ତୁ ବାତ୍ୟା ସ୍ଥଳଭାଗ ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ସେଥିପାଇଁ ପୁରୀ, କେନ୍ଦ୍ରାପଡ଼ା, ଗଂଜାମ ଓ ଜଗତସିଂହପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

୧୦ତାରିଖରୁ ପୁରୀରେ ବର୍ଷା ଆରମ୍ଭ ହେବ । ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ୧୨ତାରିଖରେ ପୁରୀ , କଟକ , ଜଗତସିଂପୁରରେ ବର୍ଷା ହେବ । ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଗଞ୍ଜାମରେ ୨ଟି ଓଡ୍ରାଫ ଟିମ୍ , କୃଷ୍ଣପ୍ରସାଦରେ ଗୋଟିଏ ଟିମ୍ , ଅସ୍ତରଙ୍ଗରେ ଗୋଟିଏ ଟିମ୍ , ମହାକାଳପଡା ଓ ରାଜନଗରରେ ଗୋଟିଏ ଟିମ୍ , ଭଦ୍ରକ, ଓ ବାଲେଶ୍ବରରେ ମଧ୍ୟ ଗୋଟି ଏ ଓଡ୍ରାଫ ଟିମ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଥିବାରୁ ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଓଡିଶା ପ୍ରତି ବାତ୍ୟା ଅସାନୀର ଭୟ ଟଳିଛି, ତେବେ ୩ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରେ ଲୋକଙ୍କ ଚିନ୍ତା ବଢି ଯାଇଛି ।



from Prameya News7 https://ift.tt/Jbw6HcB
ଉତ୍ତର ପଶ୍ଚିମ ଦିଗକୁ ଯାଉଛି ‘ଅସାନୀ’, ସମୁଦ୍ର ଭିତରେ ୧୦୦ କିମି ବେଗରେ ବହୁଛି ପବନ ଉତ୍ତର ପଶ୍ଚିମ ଦିଗକୁ ଯାଉଛି ‘ଅସାନୀ’, ସମୁଦ୍ର ଭିତରେ ୧୦୦ କିମି ବେଗରେ ବହୁଛି ପବନ Reviewed by SUBHENDU BARAL on May 08, 2022 Rating: 5

No comments:

Powered by Blogger.