ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇ ଜାରି ରହିଛି। ଯୁଦ୍ଧ ସମୟରେ ବେଳେ ବେଳେ ଅଜବ ପ୍ରକାରର ଖବର ଯେମିତି କି ରୁଷ ସେନା ନିଜ ଯବାନକୁ ମାରୁଥିବା ଖବର ସାମ୍ନାକୁ ଆସିଛି। କେତେବେଳେ ନିଜ ସେନାର ଟ୍ୟାଙ୍କର ମୁହାଁମୁହିଁ ହୋଇଛନ୍ତି ତ ଆଉ କେତେବେଳେ ପରସ୍ପର ଗୁଳିରେ ପ୍ରାଣ ହରାଇଛନ୍ତି ରୁଷ ସେନା। ଏହି କ୍ରମରେ ରୁଷର ଅନେକ ଯବାନ ନିଜ ସେନା ଦ୍ଵାରା ନିଆଁ ଫିଙ୍ଗା ମେସିନରେ ପ୍ରାଣ ହାରିଛନ୍ତି।
ୟୁକ୍ରେନର ସୈନ୍ୟ ପ୍ରମୁଖ କହିଛନ୍ତି, ନିଆଁ ଫିଙ୍ଗା ମେସିନ ଧରି ବନ୍ଧୁତ୍ଵର ଖେଳ ଭୟାବହ ରୂପ ନେଇଥିଲା। ଆଉ ଏଥିରେ ଅନେକ ରୁଷ ସେନାଙ୍କ ମୃତ୍ୟୁ ଘଟିଛି। ନିଜ ଭିତରେ ରୁଷ ସେନାଙ୍କ ଏମିତି ମୃତ୍ୟୁର ଖେଳ ଦେଖି ୟୁକ୍ରେନ ବେଶ ଆନନ୍ଦ ପ୍ରକାଶ କରିଛି। ଏହି ଘଟଣା ଜାପୋରିଝିଆ ରାଜ୍ୟରେ ରବିବାର ଘଟିଛି।
ୟୁକ୍ରେନର ୯୭ତମ ଇନଫାଣ୍ଟ୍ରି ବାଟାଲିୟନ ଫେସବୁକ ପୋଷ୍ଟ କରି ଘଟଣା ବିଷୟରେ ସୂଚନା ଦେଇଛି। ଜାପୋରିଝିଆ ବର୍ତ୍ତମାନ ରୁଷ କବଜାରେ ରହିଛି। ଏହି ସ୍ଥାନରେ ରୁଷ ସେନାର ନିଆଁ ଫିଙ୍ଗା ମେସିନରେ ରୁଷର ଯବାନ ମରିବା ଖବର ୟୁକ୍ରେନ ଆର୍ମିକୁ ଆନନ୍ଦିତ କରିଛି। ଏହି ଧରଣର ଘଟଣାକୁ ୟୁକ୍ରେନ ଆର୍ମି ସମର୍ଥନ କରୁଛି।
ରିପୋର୍ଟରେ ଦାବି କରାଯାଇଛି ଯେ, ଥର୍ମୋବାରିକ ଫ୍ଲେମଥ୍ରୋ ଏବଂ ଟିଓଏସ-୧ ରକେଟ୍ ଲଞ୍ଚର ବ୍ୟବହାର କରି ରୁଷ ସେନା ପରସ୍ପର ଉପରେ ଆକ୍ରମଣ କରିଛି। ଏହି ଘଟଣା ଉପରେ ଅଦ୍ୟାବଧି ରୁଷ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏଥିରେ କେତେ ରୁଷ ସେନା ମୃତାହତ ହୋଇଛି ଏବଂ ପୁଟିନ ଆର୍ମିର କେତେ କ୍ଷତି ଘଟିଛି।
from Prameya News7 https://ift.tt/JkY5CdE

No comments: