ମୁମ୍ବାଇରୁ ଭୁବନେଶ୍ୱର ଲମ୍ବିଛି କି ସୁନାର କଳା କାରବାର? Chandan Shishu

ମାୟାନଗରୀ ମୁମ୍ବାଇରୁ ଭୁବନେଶ୍ୱର ଲମ୍ବିଛି କି ସୁନା ବ୍ୟବସାୟର ଦୋ ନମ୍ବରୀ କାରବାର? ଗଳାବାଟକୁ ଆଧାର କରି ଓଡ଼ିଶା ମାର୍କେଟରେ ଚାଲିଛି କି କୋଟି କୋଟିର କଳା ବଜାର? ଚମକୁଛି ସୁନା ମୁଦି, ଝଟକୁଛି ମାଳ ମାଳ ଗହଣା। ୧୬ କୋଟିର ପୁରା ୨୨ କ୍ୟାରେଟ୍ ସୁନା। ଆଉ ଏମାନେ ହେଉଛନ୍ତି ଏହି ସୁନାର ସୌଦାଗର। ଭୁବନେଶ୍ୱର ରେଲେଓ୍ବ ଷ୍ଟେସନ୍‌ର ଜିଆର୍‌ପି ହାତରେ ଧରାପଡ଼ିଛନ୍ତି। ଯାହାଙ୍କ ନାଁ ହସମୁଖ ଲାଲ୍ ଜୈନ, ସୁରେଶ ସହଦେବ ଖାରେ, ମହେଶ ଭୋମସାର୍ ଓ ଦୀପକ ପାଡେଲ୍। ସମସ୍ତେ ମୁମ୍ବାଇର। କୋଣାର୍କ ଏକ୍ସପ୍ରେସ୍‌ରୁ ଏହି ୪ ଅଭିଯୁକ୍ତଙ୍କୁ ଧରିଛି ଜିଆରପି। ସେମାନଙ୍କ ନିକଟରୁ ଜବତ କରିଛି ୩୨ କେଜିର ୨୨ କ୍ୟାରେଟ୍ ଗୋଲ୍ଡ।

ଜିଆରପିର କହିବା କଥା- ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀମାନଙ୍କ ପାଖରେ ଏସବୁକୁ ବିକ୍ରି ପାଇଁ ଆଣୁଥିଲେ ୪ ଜଣ। କିନ୍ତୁ ନା ତ ଜିଏସ୍‌ଟି ଦେଇଛନ୍ତି ନା ତ ପାଖରେ ଅଛି ଇ-ୱେଲ୍ ବିଲ୍। ଏପରିକି ହଲମାର୍କ ବି ନାହିଁ। ମୁୁମ୍ବାଇର ଜଣେ ବ୍ୟବସାୟୀଙ୍କଠାରୁ କେବଳ ଏକ କ୍ୟାରିୟର ଭାଉଚର୍ ଧରି ଆସିଥିଲେ ସୁନାର ଦୁଇ ନମ୍ବରୀ କାରବାର ପାଇଁ। 

ପୂର୍ବରୁ ବିମାନ ଜରିଆରେ ଭୁବନେଶ୍ୱର ଆସି ଲୁଚାଛପାରେ ସୁନା ଚାଲାଣ କରୁଥିବାର ଏକାଧିକ ନଜିର ରହିଛି।କୋଟି କୋଟି ଟଙ୍କାର ସୁନା ଜବତ ବି ହୋଇଛି। ତେଣୁ ଚେକିଂ ଭୟରେ ଓ ଟ୍ୟାକ୍ସ ଫାଙ୍କିବା ପାଇଁ ଟ୍ରେନ୍‌କୁ ବାଛି ମୁମ୍ବାଇରୁ ସୁନା ଆଣି ଭୁବନେଶ୍ୱର ପହଞ୍ଚିଥିଲେ ଏହି ୪ ଜଣ। ନିୟମ କହୁଛି, ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀର ବ୍ୟବସାୟ ଉଦ୍ଦେଶ୍ୟରେ ପରିବହନ କରିବାକୁ ହେଲେ ନିର୍ଦ୍ଦିିଷ୍ଟ ପ୍ରାବଧାନ ରହିଛି।

ଇୱେଲ ବିଲ୍ ଓ ସେଲ୍ ବିଲ୍ ସହ କେତେ ଟଙ୍କାର ସାମଗ୍ରୀ, କେଉଁଠୁ କାହା ପାଖକୁ ଯାଉଛି, କେଉଁ ମାଧ୍ୟମରେ ସାମଗ୍ରୀ ପଠାଯାଉଛି, ତାହାର ବିସ୍ତୃତ ବିବରଣୀ ରହିବା କଥାା କିନ୍ତୁ ଏମାନଙ୍କ ପାଖରେ ସେଭଳି କୌଣସି ତଥ୍ୟ ନାହିଁ। ଏଠି ପ୍ରଶ୍ନ, କେଉଁ ବ୍ୟବସାୟୀଙ୍କ ପାଖକୁ ମୁମ୍ବାଇରୁ ଆସୁଥିଲା ଏହି ସୁନା? ମୁମ୍ବାଇର ଏକ ବ୍ୟାବସାୟିକ ପ୍ରତିଷ୍ଠାନ ପଠାଇଥିବା ସୁନାକୁ ସେଠାରେ ଠିକ୍‌ରେ କିଣାଯାଇଛି ତ ? ଲାଭଖୋର ମନୋବୃତ୍ତି ରଖି ମୁମ୍ବାଇ ଓ ଓଡ଼ିଶାର ବ୍ୟବସାୟୀ ମିଳିମିଶି ଜିଏସଟି ଫାଙ୍କୁନାହାଁନ୍ତି ତ ? ଏସବୁ ଦିଗକୁ ଧରି ଏବେ ଜିଏସ୍‌ଟି ଓ ଆୟକର ବିଭାଗ ଖୋଳତାଡ଼ କରୁଛି।  

ସୁନାବିକ୍ରିର ଏଭଳି ଅସାଧୁ କାରବାର ଭିତରେ କମିଶନରେଟ୍ ପୋଲିସ ହାତରେ ଲାଗିଛି ୭ ଲକ୍ଷର ଜାଲ୍ ନୋଟ୍। ଗିରଫ ହୋଇଛନ୍ତି ୨ ଜଣ। ଯାହାଙ୍କ ନାଁ ସତ୍ୟନାରାୟଣ ପୃଷ୍ଟି ଓ ଭୁଲା ପ୍ରଧାନ। ଏହି ୨ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଧରିଛି ଖାରବେଳନଗର ପୋଲିସ। ଉଭୟେ ୟୁଟ୍ୟୁବ୍‌ରେ ଜାଲ ନୋଟ୍ ପ୍ରସ୍ତୁତିର କଳାକୌଶଳ ଶିଖିଥିଲେ। ଚାକିରିର ଲୋଭ ଦେଖାଇ ନକଲି ନୋଟ୍ ବିକ୍ରି ସହ ଆଶାୟୀଙ୍କଠୁ ହଜାର ହଜାର ଟଙ୍କାର ଅସଲି ନୋଟ୍ ଆଦାୟ କରୁଥିଲେ। ଯାହାର ଖୁଲାସା କରିଛି ପୋଲିସ।

ରିପୋର୍ଟ: ଆଲୋକ ମହାନ୍ତି



from Latest Odisha News, Breaking News Today | Top Updates on Corona - OTV News https://ift.tt/YbEC4sF
ମୁମ୍ବାଇରୁ ଭୁବନେଶ୍ୱର ଲମ୍ବିଛି କି ସୁନାର କଳା କାରବାର? Chandan Shishu ମୁମ୍ବାଇରୁ ଭୁବନେଶ୍ୱର ଲମ୍ବିଛି କି ସୁନାର କଳା କାରବାର? Chandan Shishu Reviewed by SUBHENDU BARAL on March 02, 2022 Rating: 5

No comments:

Powered by Blogger.