ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଋଷ୍‌ର ସହଯୋଗ ଲୋଡ଼ିଲେ ମୋଦି Chandan Shishu

ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ପୁତିନଙ୍କ ସହ ମୋଦିଙ୍କ ଆଲୋଚନା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଆଜି ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି। 

ବିଶେଷ କରି ଖାରକିଭରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିହେବ ସେନେଇ ପୁତିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଭାରତୀୟଙ୍କୁ ଉଦ୍ଧାର ନେଇ ଋଷର ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ।

ଏପଟେ ପ୍ରଧାନମନ୍ତ୍ରୀ ପୁଣି ଥରେ ଜରୁରୀକାଳୀନ ବୈଠକ ଡାକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବୈଠକ। ଭାରତୀୟଙ୍କୁ ସୁରକ୍ଷିତ ଏବଂ ତୁରନ୍ତ ଉଦ୍ଧାର ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ବୈଦେଶିକ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି।

ଏହାପୂର୍ବରୁ ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର ପ୍ରକ୍ରିୟାରେ ସହଯୋଗ ପାଇଁ ନିଜର ପ୍ରତିପକ୍ଷ ରାଷ୍ଟ୍ରମାନଙ୍କ ସହ ବି ମୋଦି କଥା ହୋଇଛନ୍ତି। ଫ୍ରାନ୍ସ, ପୋଲାଣ୍ଡ,  ୟୁରୋପିଆନ୍ କାଉନ୍ସିଲ୍ ପ୍ରେସିଡେଣ୍ଟଙ୍କ ସହ ଫୋନ୍‌ କଥା ହୋଇ ଋ଼ଷ୍-ୟୁକ୍ରେନ୍ ସ୍ଥିତି ଏବଂ ଭାରତୀୟଙ୍କ ରେସ୍କ୍ୟୁ ଅପରେସନ୍‌କୁ ନେଇ କଥା ହୋଇଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/mHQdtZc
ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଋଷ୍‌ର ସହଯୋଗ ଲୋଡ଼ିଲେ ମୋଦି Chandan Shishu ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଋଷ୍‌ର ସହଯୋଗ ଲୋଡ଼ିଲେ ମୋଦି Chandan Shishu Reviewed by SUBHENDU BARAL on March 02, 2022 Rating: 5

No comments:

Powered by Blogger.