ସମ୍ବଲପୁର, ୦୫|୧୦: ଥାନା ଭିତରେ ଫିନାଇଲ୍ ପିଇଲେ ପୀଡ଼ିତ । ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ଘଟିଛି ଏପରି ଘଟଣା । ପୀଡ଼ିତ ହେଲେ ଗାନ୍ଧିନଗରର ପିଣ୍ଟୁ ନାହାକ ।
ସୂଚନା ଅନୁସାରେ, ପିଣ୍ଟୁଙ୍କୁ କିଛି ଯୁବକ ହୀରାକୁଦ ଅଞ୍ଚଳରେ ଛୁରାମାଡ଼ କରିଥିଲେ । ତାଙ୍କ ଶରୀରରେ ୮ଟି ଷ୍ଟିଚ୍ ହୋଇଥିଲା । ପିଣ୍ଟୁଙ୍କ ପରିବାର ଏନେଇ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ହୀରାକୁଦ ଥାନା ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା କରିବା ବଦଳରେ, ପିଣ୍ଟୁକୁ ଗୁରୁତର ଅବସ୍ଥାରେ ସୋମବାରଠାରୁ ଥାନା ହାଜତରେ ବସାଇଥିଲେ ।
ଏହାପରେ ହାଜତ ଭିତରେ ଫିନାଇଲ ପିଇ ଦେଇଛନ୍ତି ପୀଡ଼ିତ ପିଣ୍ଟୁ ନାହାକ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଫିନାଇଲ ପିଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ସମ୍ବଲପୁର ଏସ.ପି. ବତୁଲା ଗଙ୍ଗାଧର । ଏନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।
from Prameya News7 https://ift.tt/3uO4M7W
ହାଜତରେ ଫିନାଇଲ୍ ପିଇଦେଲେ ପୀଡିତ, ମିଳୁନଥିଲା ନ୍ୟାୟ
Reviewed by SUBHENDU BARAL
on
October 04, 2021
Rating:
No comments: