ଦୁନିଆର ଏହି ଦୁଇଟି ଦେଶର ପାସପୋର୍ଟ ହେଉଛି ସବୁଠାରୁ ପାୱାରଫୁଲ୍ :ଭାରତର ଏହି ପଡୋଶୀ ଦେଶ ପଛୁଆ…

ନୂଆଦିଲ୍ଲୀ ୦୮/୧୦ : ହେନଲି ପାସପୋର୍ଟ ଇଣ୍ଡେକ୍ସ ଗ୍ଲୋବାଲ୍ ମୋବିଲିଟି ରିପୋର୍ଟ ୨୦୨୧ ପ୍ରକାଶ କରିଛି । ଏଥିରେ ଜାପାନ ଏବଂ ସିଙ୍ଗାପୁରର ସ୍ତାନ ଶୀର୍ଷରେ ରହିଛି । ଏଥି ସହିତ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୯୦ ତମ ସ୍ଥାନରେ ରହିଛି। ଗତ ବର୍ଷଠାରୁ ଭାରତ ଏହି ତାଲିକାରେ ୬ ଟି ସ୍ଥାନ ହ୍ରାସ କରିଛି।

ସୂଚନା ଅନୁଯାୟୀ ଯେ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଜର୍ମାନୀ ଏବଂ ଦକ୍ଷିଣ କୋରିଆ ଦ୍ବିତୀୟ ସ୍ଥାନରେ ଅଛି। ତୃତୀୟ ସ୍ଥାନରେ ଫିନଲ୍ୟାଣ୍ଡ, ଇଟାଲୀ, ସ୍ପେନ୍ ଏବଂ ଲକ୍ସେମବର୍ଗ ରହିଛି। ଏହି ତାଲିକାରେ ଡେନମାର୍କ ରହିଛି ଚତୁର୍ଥ ସ୍ଥାନରେ । ଫ୍ରାନ୍ସ, ଆୟର୍ଲାଣ୍ଡ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ସ୍ବିଡେନ୍ ପଞ୍ଚମ ସ୍ଥାନରେ ଅଛି। ତେବେ ଗତ ବର୍ଷ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତ ୮୪ ତମ ସ୍ଥାନରେ ରହିଥିଲା। ପଡୋଶୀ ଦେଶରେ ଭାରତର ପ୍ରଦର୍ଶନ ମଧ୍ୟ ଏହି ତାଲିକାରେ ଭଲ ନାହିଁ । ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭୁଟାନ ୯୬ ତମ, ମିଆଁମାର ୧୦୨ ତମ, ଶ୍ରୀଲଙ୍କା ୧୦୭ ତମ, ବାଂଲାଦେଶ ୧୦୮ତମ, ନେପାଳ ୧୧୦ ତମ, ପାକିସ୍ତାନ ୧୧୩ ତମ ଏବଂ ଆଫଗାନିସ୍ତାନ ୧୧୬ ତମ ସ୍ଥାନରେ ରହିଛି।

ଉଲ୍ଲେଖନୀୟ କଥା ହେଉଛି, ହେନଲି ପାସପୋର୍ଟ ଇଣ୍ଡେକ୍ସ ଏକ ସମୟରେ ପ୍ରକାଶ ପାଇଛି ଯେତେବେଳେ ଅଧିକାଂଶ ଦେଶ ମହାମାରୀ କରୋନା ଯୋଗୁଁ ମୁକାବିଲା କରିବା ପରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ  ଏହି ଯାତ୍ରା ନିୟମକୁ ଆରାମ ଦେବା ଆରମ୍ଭ କରି ଦେଇଛନ୍ତି। ହେନଲି ପାସପୋର୍ଟ ଇଣ୍ଡେକ୍ସର ର୍ୟାଙ୍କିଙ୍ଗ ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଦ୍ବାରା ଉପଲବ୍ଧ ତଥ୍ୟ ଉପରେ ଆଧାରିତ |

ତେବେ ପାସପୋର୍ଟ ଦୃଷ୍ଟିରୁ ଦଶଟି ଶକ୍ତିଶାଳୀ ଦେଶ ହେଉଛି ଜାପାନ, ସିଙ୍ଗାପୁର, ଜର୍ମାନୀ, ଦକ୍ଷିଣ କୋରିଆ, ଫିନଲ୍ୟାଣ୍ଡ, ଇଟାଲୀ, ଲକ୍ସେମବର୍ଗ, ସ୍ପେନ୍, ଫ୍ରାନ୍ସ ଏବଂ ଆୟର୍ଲାଣ୍ଡ । ଅନ୍ୟପଟେ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡ଼ିକ ହେଉଛି ଆଫଗାନିସ୍ତାନ, ଇରାକ, ସିରିଆ, ପାକିସ୍ଥାନ, ୟେମେନ, ସୋମାଲିଆ, ପାଲେଷ୍ଟାଇନ, ନେପାଳ, ଉତ୍ତର କୋରିଆ ଏବଂ ଲିବିଆ।



from Prameya News7 https://ift.tt/3iJvx8x
ଦୁନିଆର ଏହି ଦୁଇଟି ଦେଶର ପାସପୋର୍ଟ ହେଉଛି ସବୁଠାରୁ ପାୱାରଫୁଲ୍ :ଭାରତର ଏହି ପଡୋଶୀ ଦେଶ ପଛୁଆ… ଦୁନିଆର ଏହି ଦୁଇଟି ଦେଶର ପାସପୋର୍ଟ ହେଉଛି ସବୁଠାରୁ ପାୱାରଫୁଲ୍ :ଭାରତର ଏହି ପଡୋଶୀ ଦେଶ ପଛୁଆ… Reviewed by SUBHENDU BARAL on October 07, 2021 Rating: 5

No comments:

Powered by Blogger.