ଓଏଏସ ଟପ୍ପର ଯାଜପୁରର ପୁଅ ଅଶ୍ଵିନୀ ପଣ୍ଡା, ବାପା-ମାଙ୍କୁ ଦେଲେ ସଫଳତାର ଶ୍ରେୟ, ଦିନକୁ ପଢୁଥିଲେ ଏତିକି ଘଣ୍ଟା

ଚଣ୍ଡିଗଡ ୦୮।୧୦: ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। ଆଉ  ଓଏଏସ ଟପ୍ପର ହେଲେ ଯାଜପୁରର ପୁଅ ଅଶ୍ୱିନୀ କୁମାର ପଣ୍ଡା। ଏହି ପରୀକ୍ଷାରେ ମୋଟ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ୧୦ ଜଣକ ମଧ୍ୟରୁ ୭ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି।

ଅଶ୍ଵିନୀ କୁମାର ପଣ୍ଡା  ଓଏଏସ ଟପ୍ପର ହେବା ପରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି। କ୍ଷେତ୍ରପାଳ ଗ୍ରାମର ଅଭିମନ୍ୟୁ ପଣ୍ଡା ଓ ସେବତୀ ପଣ୍ଡାଙ୍କ ସାନ ପୁଅ ହେଉଛନ୍ତି ଅଶ୍ୱନୀ। ସେ ପ୍ରଥମ ପ୍ରୟାସରେ ହିଁ ସଫଳତା ପାଇ ପାରିଛନ୍ତି। ସ୍ଥାନୀୟ ଜନ କଲ୍ୟାଣ ହାଇସ୍କୁଲରୁ ପାଠପଢା ସରିବା ପରେ ରେଭେନ୍ସାରେ ଉଚ୍ଚଶିକ୍ଷା ଲାଭ କରିଥିଲେ ଅଶ୍ଵିନୀ। ପୁଅର ଏହି  ସଫଳତାରେ ବେଶ ଉତ୍ସାହିତ ଅଛନ୍ତି ପରିବାର ଲୋକେ।

ନିଜର ସଫଳତାର ଶ୍ରେୟ ମା ବାପାଙ୍କୁ ଦେଇଥିବା ବେଳେ ଦିନକୁ ୮ ଘଣ୍ଟା ପାଠପଢାରେ ସମୟ ଦେଉଥିଲେ ଅଶ୍ଵିନୀ।  କରୋନା ମହାମାରୀ ସମୟ ରେ ପାଠପଢି ପ୍ରଥମ ପ୍ରୟାସରେ ପରୀକ୍ଷାରେ ଓଏଏସ ଟପ୍ପର ହୋଇଛନ୍ତି। ଆଗାମୀ ଦିନରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିକାଶ କରିବା ପାଇଁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ଅଶ୍ଵିନ।



from Prameya News7 https://ift.tt/3apYIJ6
ଓଏଏସ ଟପ୍ପର ଯାଜପୁରର ପୁଅ ଅଶ୍ଵିନୀ ପଣ୍ଡା, ବାପା-ମାଙ୍କୁ ଦେଲେ ସଫଳତାର ଶ୍ରେୟ, ଦିନକୁ ପଢୁଥିଲେ ଏତିକି ଘଣ୍ଟା ଓଏଏସ ଟପ୍ପର ଯାଜପୁରର ପୁଅ ଅଶ୍ଵିନୀ ପଣ୍ଡା, ବାପା-ମାଙ୍କୁ ଦେଲେ ସଫଳତାର ଶ୍ରେୟ, ଦିନକୁ ପଢୁଥିଲେ ଏତିକି ଘଣ୍ଟା Reviewed by SUBHENDU BARAL on October 08, 2021 Rating: 5

No comments:

Powered by Blogger.